jayashree

ବିଦ୍ୟୁତ ବିଲ କଲେକ୍ସନ ଏଜେଣ୍ଟ ସମୂହର ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ପଦ୍ମପୁର, ପାଇକମାଲ, ଝାରବନ୍ଧ ଓ ଗାଇସିଲଟ ବିଦ୍ୟୁତ ସେକ୍ସନର ବିଦ୍ୟୁତ ବିଲ ସେକ୍ସନ ଏଜେଣ୍ଟମାନେ ପଦ୍ମପୁର ବିଦ୍ୟୁତ୍‌ ବିଭାଗର ଏସ୍‌ଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଭାବେ ଚାରି ଦଫା ଦାବୀ ନେଇ ଆନ୍ଦୋଳନ କରିଛନ୍ତି । ଦାବୀଗୁଡିକ ହେଲା କମ୍ପାନୀ ଲାଗୁ କରିଥିବା ଏସ୍‌ଏଲ୍‌ଏ ନିୟମକୁ ନ ମାନିବା, ଏଜେଣ୍ଟମାନଙ୍କର ଦରମା ବୃଦ୍ଧି କରିବା, ବକେୟା ଇନସେନଟିଭ ଓ ପେଟ୍ରୋଲ ଖର୍ଚ୍ଚ ପ୍ରଦାନ କରିବା ମାସର ପ୍ରଥମ ସପ୍ତାହ ଅଥବା ୧୦ ତାରିଖ ସୁଦ୍ଧା ଦରମା ଦେବା କମ୍ପାନୀ ଯଦି ଏହି ଦାବୀଗୁଡିକ ପୂରଣ ନ କରେ ତେବେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଏଜେଣ୍ଟ ସମୂହ ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନରେ ଟିକୁନ ବଗର୍ତ୍ତି, ପପୁନ ବଗର୍ତ୍ତି, ଗୁଲସନ ବଗର୍ତ୍ତି, ସରୋଜ ଦୋରା, ଡୋଲମଣୀ ସାହା, ଅନନ୍ତ ସାହୁ, ଦୀପକ ପଟେଟ, ମନୋରଞ୍ଜନ ଛତର, ରଞ୍ଜନ ସାହୁ, ସୁଶାନ୍ତ ଗଡତିଆ ଓ ଅନ୍ୟାନ୍ୟ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.