oom

ବଲାଙ୍ଗିର ଓ ବରଗଡ ଜିଲ୍ଲାରେ ଏକ ବିରାଟ ରେଳ ଆନ୍ଦୋଳନ ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଜବାଜ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଓ ବରଗଡ ଜିଲ୍ଲାର ରେଳ ଉପଭୋକ୍ତା ସଂଘର ଏକ ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକ ବଲାଙ୍ଗିର ଜିଲ୍ଲାଠାରେ ଆବାହକ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମତ ପ୍ରକାଶ ପାଇଥିଲା ଯେ, ଦୀର୍ଘ ୬୦ ବର୍ଷ ପୁରୁଣା ସମ୍ବଲପୁର – ଟିଟିଲାଗଡ ସେକ୍ସନ କ୍ରମାଗତ ଭାବରେ ରେଳ ବିଭାଗ ଦ୍ୱାରା ଉପେକ୍ଷିତ ହେଉଛି । ଗୋଟିଏ ଦିନରେ ଭୁବନେଶ୍ୱରକୁ ଯାଇ କାମ ସାରି ଫେରିବା ସମ୍ଭବ ହେଉ ନାହିଁ । ଲୋକେ ଅଯଥା ଖର୍ଚ୍ଚାନ୍ତ ଓ ହଇରାଣ ହେଉଛନ୍ତି । ବାରମ୍ବାର ଦାବୀ ସତ୍ତେ୍ୱ ସବୁ ଦିନ ସକାଳୁ ରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ଓ ଦେଶର ରାଜଧାନୀ ଦିଲ୍ଲୀକୁ କୌଣସି ସିଧାସଳଖ ଟ୍ରେନର ବ୍ୟବସ୍ଥା ନାହିଁ । ରେଳ ଲାଇନର ଦୋହରିକରଣ ପରେ ଏହି ଦାବୀ ଗୁଡିକ ପୁରଣ କରାଯାଇ ପାରିବ ବୋଲି ପୂର୍ବରୁ ରେଳ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇ ଆସୁଥିଲେ ମଧ୍ୟ ଏବେ ଜଳଯୋଗାଣ ଏବଂ ସଫେଇ କାର୍ଯ୍ୟ ବଲାଙ୍ଗିରରେ ହେବାର ନାହିଁ ବୋଲି କହିଲେଣି । ଏଣୁ ଅନ୍ୟପନ୍ଥା ନ ଦେଖି ଆଗାମୀ ଦିନରେ ଭୁବନେଶ୍ୱର ସ୍ଥିତ ଜେନେରାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସ୍ଥିରିକୃତ ହୋଇଛି । ଦାବୀ ପୁରଣ ନ ହେବା ପର୍ଯ୍ୟନ୍ତ ଏପରି ଆନ୍ଦୋଳନ ଜାରି ରହିବ ଏବଂ ଆହୁରି ତିବ୍ରତର ହେବ ବୋଲି କ୍ରିୟାନୁଷ୍ଠାନ କମିଟିର ଆବାହକ ପ୍ରଫେସର ମିଶ୍ର ପ୍ରକାଶ କରିଛନ୍ତି । ଉକ୍ତ ବୈଠକରେ ରେଳ ଉପଭୋକ୍ତ ସଂଘ ତରଫରୁ ଦିବାକର ହୋତା, ହିତେଶ ସାହୁ, ଯୁଧିଷ୍ଟିର ମିଶ୍ର, ଅଶୋକ ଚାନ୍ଦ, ମନୋରଂଜନ ପୁରୋହିତ, ପ୍ରଭାକର ମିଶ୍ର, ଧର୍ମବ୍ରତ ରଥ ଓ ନାରାୟଣ ପାଢୀ ଏବଂ ବରଗଡ ରେଳ ଉପଭୋକ୍ତ ସଂଘ ତରଫରୁ ସଭାପତି ପ୍ରଦୀପ ଦେବତା, କିଶୋର ଚନ୍ଦ୍ର ରଥ, କୃଷ୍ଣଚନ୍ଦ୍ର ପଣ୍ଡା, କମଲ ଯୋଷୀ, ଲକି ମିୱାନି, ଉଚ୍ଛବ ଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକାରିଣୀ ସଭ୍ୟବୃନ୍ଦ ଉପସ୍ଥିତ ରହି ନିଜର ମତାମତ ଦେଇ ଉପରୋକ୍ତ ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ । ଉକ୍ତ ବୈଠକରେ ସ୍ଥାନୀୟ ବିଧାୟକଙ୍କୁ ଭେଟି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅନୁରୋଧ କରିବାକୁ ସ୍ତରିକୃତ ହୋଇଥିଲା ।

jittmm
Leave A Reply

Your email address will not be published.