
ପାଟଣାଗଡ଼ : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାଶଙ୍କ ଆହ୍ୱାନ କ୍ରମେ ୨୦୦୮-୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସରକାର ଅନୁଦାନ ଦେଇ ସରକାରୀଭୁକ୍ତ କରିବା ପାଇଁ ତା ୧୬-୦୮-୨୦୨୫ ଦାବି ଦିବସରୁ ସମଗ୍ର ରାଜ୍ୟରେ ସଂଘ ତରଫରୁ ଆରମ୍ଭ ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ଷୋଡ଼ଶ ଦିନରେ ପହଞ୍ଚିଛି । ଏହି ଅବସରରେ ପାଟଣେଶ୍ୱରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଟଣାଗଡ଼ ଠାରେ ପାଟଣାଗଡ଼ ଖଣ୍ଡ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟବନ୍ଦ ଆନ୍ଦୋଳନ ସମୟରେ ଦୀର୍ଘ ଦିନ ଆନ୍ଦୋଳନ ଯୋଗୁଁ ବିଦ୍ୟାଳୟରେ ପାଠପଢ଼ା ପ୍ରଭାବିତ ହୋଇ ଠପ୍ ଥିବା ସତ୍ତ୍ବେ ସରକାର ନୀରବ ଦ୍ରଷ୍ଟା ସାଜିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ଅବସରରେ ୨୦୦୮-୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ପାଇଥିବା ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ ଯଥାଶୀଘ୍ର ସମାନ କାମକୁ ସମାନ ଦରମା ପ୍ରଦାନ କରି ତାଙ୍କୁ ତାଙ୍କ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଅନୁରୋଧ କରିଥିଲେ ।