ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କ ଗାଡିକୁ ପୁଣି ଅଣ୍ଡା ମାଡ଼

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କ ଗାଡି ଉପରକୁ ପୁଣି ଅଣ୍ଡା ମାଡ଼ ହୋଇଛି । ଗୋଲାମୁଣ୍ଡା ସର୍ବ ମଙ୍ଗଳା ଡିଗ୍ରୀ କଲେଜ ନୂତନ କୋଠା ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ କେତେକ ଯୁବକ କଳା ପତାକା ପ୍ରଦର୍ଶନ କରିବା ସହ ଅଣ୍ଡା ମାଡ କରିଥିଲେ । ଗୋ ବେକ୍‌ ନାରା ମଧ୍ୟ ଦେଇଥିଲେ । ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚାରେ ଥିବା ବିଧାୟକ ଦିବ୍ୟ ଶଙ୍କର ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ପୂର୍ବରୁ ମଧ୍ୟ ସେପ୍ଟେମ୍ବର ୫ ତାରିଖରେ ନର୍ଲାରେ ଆଣ୍ଡାମାଡ଼ ହୋଇଥିଲା ।

Leave A Reply

Your email address will not be published.