ବରକେରା ବିଦ୍ୟାଳୟରେ ଅନ୍ତର୍ଜାତିୟ ମାତୃଭାଷା ଦିବସ ପାଳିତ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଗତକାଲି ଅନ୍ତର୍ଜାତିୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । କୋଭିଡ ନିୟମ ଅନୁସାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ସେଠୀ । ଉପସ୍ଥିତ ଥିଲେ ପରିବେଶ କର୍ମୀ ତଥା ଶିକ୍ଷକ ମିଟୁ କିଶୋର ପ୍ରଧାନ, ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ, ଶିକ୍ଷକ ପର୍ଶୁରାମ ସାହୁ, ବିରଞ୍ଚି ନାରାୟଣ ବରାଳ, ସୁଧିର କୁମାର ଜେନା, ପୁରୁଷୋତ୍ତମ ନାୟକ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ମାହୁନ୍ତ, ବିଦ୍ୟାଳୟର ପୁରାତନ ଛାତ୍ର ଦିବ୍ୟଜିତ ପରିଡା, ବିରେନ ପ୍ରଧାନ ପ୍ରମୂଖ ଯୋଗ ଦେଇଥିଲେ । ବକ୍ତାମାନେ ମାତୃଭାଷାର ସୁରକ୍ଷା ଉପରେ ଆଲୋକପାତ କରିବା ସହିତ ମାତୃଭାଷାରେ ସବୁ ଦପ୍ତର କାର୍ୟ୍ୟ କରିବା ପାଇଁ ମତ ରଖିଥିଲେ । ମାତୃଭୂମି ମାତୃ ଭାଷାର ମମତା ଯାହୃଦେ ଜନମି ନାହିଁ, ତାକୁ ଜଦି ଜ୍ଞାନି ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ । ଉଚ୍ଚ ହେବାପାଇଁ କରଯେବେ ଆସା, ଉଚ୍ଚ କର ତେବେ ନିଜ ମାତୃଭାଷା । ସର୍ବଶେଷରେ ସୁଧୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସ୍ମାରକୀ ବୃକ୍ଷ ରୋପଣ କରାଯାଇଥିଲା ।

Leave A Reply

Your email address will not be published.