କଂଟାବାଂଜି ତହସିଲ ଅଫିସ ସମ୍ମୁଖରେ କନ୍ଧ ସମାଜର ଦିନିକିଆ ଅନଶନ

ଆଦିବାସୀ ଜମିକୁ ଅଣଆଦିବାସୀମାନଙ୍କ ଜବର ଦଖଲ ଉଚ୍ଛେଦ ଦାବୀ
କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ତୁରେକେଲା ଶାଖାଦ୍ୱାରା ଶୁକ୍ରବାର ସକାଳୁ ୧୧ଟାରୁ କଂଟାବାଂଜି ତହସିଲି ଅଫିସ ସମ୍ମୁଖରେ ଦିନିକିଆ ଧାରଣା ଦିଆଯାଇଛି । ଏହି ଧାରଣାରେ ବସିଥିବା ତୁରେକେଲା ବ୍ଲକ ଶାଖା କନ୍ଧ ସମାଜର ଯୁବ ସଂଗଠନ ୩ଦଫା ଦାବୀ ନେଇ ଧାରଣାରେ ବସିଛନ୍ତି । କଂଟାବାଂଜି ତହସିଲ ଅଫିସ ଅଧିନସ୍ଥ କରୁଆଁମୁଣ୍ଡା ପଂଚାୟତ ସର୍ଗିଗୁଡା ଗାଁ ମତି ଭୋଇଙ୍କ ଜମିକୁ ଅଣଆଦିବାସୀମାନେ ଯୋର ଯବରଦସ୍ତ କବ୍ଚା କରି ପକ୍କା ଘର ନିର୍ମାଣ କରୁଥିବାରୁ ତାକୁ ବନ୍ଦ କରିବା,ତହସିଲ ଅଫିସ ଅଧିନରେ ଥିବା ବିଭିନ୍ନ ଗାଁର ଆଦିବାସୀ ଜମିକୁ ଅଣଆଦିବାସୀମାନେ ବିଭିନ୍ନ ସୂତ୍ରରେ ଜବର ଦଖଲ କରି ଅକ୍ତିଆର କରିଥିବାରୁ ଅଣ ଆଦିବାସୀମାନଙ୍କୁ ଜବର ଦଖଲରୁ ବାଦ୍‌ ଦେବା,ଆଦିବାସୀମାନଙ୍କୁ ଜଂଗଲ ଜମିର ପଟ୍ଟା ପ୍ରଦାନ କରିବା ନେଇ ଏହି ଧାରଣା ଦିଆଯାଇଛି । ୩ଦଫା ଦାବୀକୁ କାର୍ଯ୍ୟକାରୀ କରିବା ନେଇ ତହସିଲଦାର କଂଟାବାଂଜିଙ୍କ ଜରିଆରେ ପଶ୍ଚିମାଂଚଳ ରାଜସ୍ୱ କମିଶନର ସମ୍ବଲପୁରଙ୍କୁ ଏକ ଦାବୀପତ୍ର ଦିଆଯାଇଛି । ଆସନ୍ତା ଦିନରେ ଏହାର କାର୍ଯ୍ୟନୁଷ୍ଠାନ ନହେଲେ ରାଜରାସ୍ତାରେ ଓହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି । ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ସଭାପତି ସୁରେଶ ଭୋଇଙ୍କ ନେତୃତ୍ୱରେ ଜିଲ୍ଲା ଉପସଭାପତି ଧନେଶ୍ୱର ମାଝି, ସଂପାଦକ ଡିଙ୍ଗର ଭୋଇ, ତୁରେକେଲା ବ୍ଲକ ସଭାପତି ଜୟ ଗୋପାଲ ଭୋଇ, ସଂପାଦକ ମୋତିରାମ ଭୋଇ ସଇଁତଲା ବ୍ଲକ ଉପସଭାତି ରାଜିନ୍ଦ୍ର ଭୋଇ, ସଂପାଦକ ଖୁସିରାମ ଜାନି, ବଂଗୋମୁଣ୍ଡା ବ୍ଲକ ସଭାପତି ବ୍ରଜସିଂ ଭୋଇ ସଂପାଦକ ସନ୍ୟାସି ଭୋଇ ୫୦ରୁ ଉର୍ଦ୍ଧ ମହିଳା ପୁରୁଷ କୋଭିଡ-୧୯ କଟକଣା ମଧ୍ୟରେ ଧାରଣାରେ ସାମିଲ ଥିଲେ ।

Leave A Reply

Your email address will not be published.