oom

ଅନଙ୍ଗଙ୍କ ୭୫ତମ ଜନ୍ମଦିବସ : ସପ୍ତାହବ୍ୟାପୀ ଜନ୍ମୋତ୍ସବ ପାଳନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା କାଲି ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାସଂଦ ଶ୍ରୀଯୁକ୍ତ ଅନଙ୍ଗ ଉଦୟ ସିଂହଦେଓଙ୍କ ୭୫ତମ ଜନ୍ମ ଦିବସ । ଅନଙ୍ଗଙ୍କ ପ୍ଲାଟିନମ୍ ଜନ୍ମ ଦିନକୁ ବଲାଙ୍ଗିର ଜିଲ୍ଲା ଓ ସୋନପୁର ଜିଲ୍ଲାର ବିଜେଡି କର୍ମକର୍ତ୍ତାମାନେ ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି । ଗତ ରବିବାର ଦିନଠୁଁ ଦଳୀୟ କର୍ମୀମାନେ ବର୍ଷିୟାନ ନେତାଙ୍କ ସପ୍ତାହବ୍ୟାପୀ ଜନ୍ମଦିବସ ପାଳନ କରୁଛନ୍ତି । ଗତ ରବିବାର ଦିନ ବଲାଙ୍ଗିର ଛାତ୍ର ବିଜେଡି ତରଫରୁ ରାଜେନ୍ଦ୍ର ୟୁନିଭରସିଟି ଠାରେ ମାକ୍ସ୍ ବଣ୍ଟନ କରାଯାଇଥିଲା । ସୋମବାର ଦିନ ମହିଳା ବିଜେଡି ତରଫରୁ ବଲାଙ୍ଗିର ପୌରସଂସ୍ଥାର ମେହେନ୍ତର କରୋନା ଯୋଦ୍ଧାମାନଙ୍କୁ ମହାମାରୀ ସମୟରେ ସତର୍କ ରହିବା ପାଇଁ ସଚେତନ କରାଯାଇ ମାକ୍ସ୍ ବଣ୍ଟନ କରାଯାଇଥିବା ବେଳେ ଛାତ୍ର ବିଜେଡି ତରଫରୁ ବଲାଙ୍ଗିରର ସମସ୍ତ ମହାପୁରୁଷମାନଙ୍କ ପ୍ରତିମୁର୍ତ୍ତିକୁ ସଫେଇ କରି ମାଲ୍ୟାର୍ପଣ କରାଯାଇଥିଲା । ସେହିକ୍ରମରେ ଆଜି ବଲାଙ୍ଗିର ରାଜେନ୍ଦ୍ର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ପୁର୍ବତନ ଲୋକସଭା ସାସଂଦ କଳିକେଶ ନାରାୟଣ ସିଂହଦେଓ ଓ ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ଦ୍ବାରା ବ୍ରୁକ୍ଷ ରୋପଣ କରାଯାଇଥିବା ବେଳେ ଆସନ୍ତାକାଲି ସକାଳ ୮ ଘଣ୍ଟା ସମୟରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଫଳ ବଣ୍ଟନ ସହିତ ବଲାଙ୍ଗିର ଜିଲ୍ଲା ଓ ସୋନପୁର ଜିଲ୍ଲା ଓଡିଶା ମୋ ପରିବାର ବିଜୁ ଜନତା ଦଳ ଆନୁକୂଲ୍ୟରେ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ରେ ଯଥା ବଲାଙ୍ଗିର, ଲୋଇସିଂହା, ପାଟଣାଗଡ଼, ଟିଟିଲାଗଡ଼, କଣ୍ଟାବାଞ୍ଜି, ସୋନପୁର, ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଯିବା ନେଇ ସୂଚନା ରହିଛି । ଏହା ସହିତ ଆଗାମୀ ୧୨ ତାରିଖ ରୁ ୧୪ ତାରିଖ ପର୍ୟ୍ୟନ୍ତ ବିଭିନ୍ନ କାର୍ୟ୍ୟକ୍ରମ ସ୍ଥିରୀକୃତ ହୋଇଥିବା ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ କୁହାଯାଇଛି ।

jittmm
Leave A Reply

Your email address will not be published.