ଭୂର୍ଷାଗୁଡା ନୁଆମୁଣ୍ଡା ବନ୍ଧ ଅମୃତ ସରୋବର ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭୂର୍ଷାଗୁଡା ଗାଁଠାରେ ହୋଇଥିବା ଅମୃତ ସରୋବର ଯୋଜନାରେ ସାମିଲ ହୋଇଥିବା ନୂଆମୁଡା ବନ୍ଧକୁ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭୂର୍ଷାଗୁଡା ପଂଚାୟତର ସରପଂଚ କୁମାରୀ ପୁଷ୍ପାଞ୍ଜଳି ଛୁରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ଏପିଓ ଲକ୍ଷ୍ମଣ କୁମାର ବୁଡେକ, କନିଷ୍ଠଯନ୍ତ୍ରୀ ବିକ୍ରମ ସିଂ ବିଭାର, ବିଏଲ୍‌ସି ଡଃ ସତ୍ୟପ୍ରିୟ ବେହେରା, ଗ୍ରାମ ରୋଜଗାର ସେବକ ଝସକେତନ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ଅମୃତ ସରୋବରକୁ ଉଦ୍‌ଘାଟନ କରିଥିଲେ । ଏଥିରେ ପଂଚାୟତର ଜନ ପ୍ରତିନିଧି ମାନେ ଉପସ୍ଥିତ ଥିବା ଦେଖିବାକୁ ମିଲିଛି । ଏହି ଅବସରରେ ମଧୁବାବୁ ପେନସନ ଯୋଜନାରେ ନୂତନ ଭାବରେ ୮୦ ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.