ପଦ୍ମପୁରରେ ଆମ୍ବେଦକର ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରରେ ଲକ୍ଷେ ଘର ଗଣ୍ଡା ସମାଜ ତଥା ଆମ୍ବେଦକର ବିଚାର ବିକାଶ ମଞ୍ଚ ତରଫରୁ ଏପ୍ରିଲ ୧୪ ତାରିଖରେ ବାବାସାହେବ ଆମ୍ବେଦକର‌ଙ୍କ ୧୩୧ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଗଣ୍ତା ସମାଜର ଉପଖଣ୍ଡ ସ୍ତରୀୟ ସଭାପତି ତେଜରାଜ ସୁନାଙ୍କ ଅଧ୍ୟକ୍ଷତା କରିଥିବା ବେଳେ ବିଏସପି ନେତା ଟଙ୍କଧର କଣ୍ଟା ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ପ୍ରଥମେ ସ୍ଥାନୀୟ ଗୋରୁବଜାର ପ୍ରାଙ୍ଗଣ ନିକଟରେ ଥିବା ବାବାସାହେବ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ମୁଖ୍ୟବକ୍ତା ବାବାସାହେବଙ୍କର ଜୀବନୀ ବିଷୟରେ ଆଲୋକପାତ କରି ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଆମ୍ବେଦକର ପ୍ରେମୀ ଭକ୍ତ ଚରଣ ଲୁହାର, ଭାସ୍କର ମହାନନ୍ଦ, ଜଗନ୍ନାଥ ଲୁହାର, ତୁଲାରାମ ତାଣ୍ତି, ରୂପଧର ଅଜଗଲା, ଜୟରଥ କଣ୍ଟା, ଡିଲେଶ୍ୱର ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.