ନୃସିଂହନାଥ ପୀଠରେ ଆମ୍ବେଦକର ଯୋଦ୍ଧା ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ରୋହିଦାସ ସମାଜ କଲ୍ୟାଣ ମଣ୍ଡବ ଠାରେ ଚକ୍ରଧର ଅଜଗର ଓ ପବିତ୍ର ସୁନାଙ୍କ ନେତୃତ୍ୱରେ ଆମ୍ବେଦକର ଯୋଦ୍ଧାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅଶ୍ଵିନୀ ତାଣ୍ଡିଙ୍କ ସଭାପତିତ୍ୱ କରିଥିଲେ । ସର୍ବ ପ୍ରଥମେ ବିଶ୍ଵ ରତ୍ନ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ସହିତ ଦୀପଜ୍ୱଳନ ପୂର୍ବକ ବୁଦ୍ଧ ବନ୍ଦନା ଗାନ ହୋଇଥିଲା । ସଭାପତି ମହେଶ ବାଗ, ଜିଲ୍ଲା ସଭାପତି କୁଶ ତାଣ୍ଡି, ଯୁବ ସମାଜସେବୀ ସୁଜନ ବାଗ, ଆଇନଜୀବୀ ଧନରାଜ ଗୁର୍ଲା, ସୋମନାଥ ବାଗ, ଦେବଚନ୍ଦ୍ର ବାଗ ଓ ଝାରବନ୍ଧ ବ୍ଲକ ସଭାପତି ପ୍ରଦୀପ ଦୀପ ନିଜର ଅଭିଭାଷଣ ରଖିଥିଲେ । ସୁଶାନ୍ତ ଅଜଗର, ପରମେଶ ସୁନାନି, ଅରୁଣ କୁମ୍ଭାର, ଦିଲ୍ଲୀପ ସାଗର, ଜିତେନ୍ଦ୍ର ତାଣ୍ଡି, ୟୁଟ୍ୟୁବର ପ୍ରସାଦ ମହାଦେ, ଦୀପକ ରଂଜନ ନାଗ, ଗଜାନନ ସୁନା, କରୁଣ ସୁନାନି, ସୌକିଲାଳ ସତନାମୀ, ଅଭିମନ୍ୟୁ ଅଜଗର ପ୍ରମୁଖ ଉପସ୍ଥିତ ଥିଲେ । ପାଇକମାଲ, ପଦ୍ମପୁର ଓ ଝାରବନ୍ଧ ଅଞ୍ଚଳରେ ଲୋକ କେମିତି ସରକାରୀ ଯୋଜନାରୁ ନିଜର ହକ୍‌ ଅଧିକାରରୁ ବଞ୍ଚିତ ନ ହେବେ ଓ ଲୋକମାନଙ୍କର ଅସୁବିଧା କିପରି ପ୍ରଶାସନ ପାଖକୁ ପହଞ୍ଚିବ ତାହା ଆଲୋଚନା କରାଯାଇ ଆହୁରି ଅନେକ ବିଷୟରେ ପ୍ରସ୍ତାବ ଗୁଡ଼ିକ ନିଆଯାଇଥିଲା । ନୃସିଂହନାଥ ଠାରେ ବୈଠକ ସମାପ୍ତ କରି ନୂତନ ପାଇକମାଲ ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା ଏବଂ ଦଳିତ ସମାଜ ଉପରେ ହେଉଥିବା ଅତ୍ୟାଚାରକୁ କିପରି ଭାବରେ ରୋକାଯାଇ ପାରିବ ତାହା ଆଲୋଚନା କରାଯାଇଥିଲା । ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ “ଯିଏ ଅପରାଧ କରିବ ଆଇନ ଅନୁଯାୟୀ ଦଣ୍ଡ ପାଇବ” ବୋଲି କହିଥିଲେ । ଶେଷରେ ଜିଲ୍ଲା ସଭାପତି କୁଶ ତାଣ୍ଡି ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.