ବଲାଙ୍ଗିର, (କେପିଏନ୍ଏସ୍) : ପୁଣ୍ୟଭୂମି ଭାରତ ପ୍ରଚାର ସମିତି ବଲାଙ୍ଗିର ତରଫରୁ ବଲାଙ୍ଗିରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଗଷ୍ଟ ୧ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ମଧ୍ୟରେ ପୁଣ୍ୟଭୂମି ଭାରତ ଉପରେ ପରୀକ୍ଷା ଏବଂ ଆଲୋଚନାଚକ୍ର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପି.ପି. ଏକାଡେମୀ ଉଚ୍ଚ ବିଦ୍ୟାଳୟ, ପି.ଆର୍ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲ, ବିଦ୍ୟା ଭାରତୀ ପବ୍ଲିକ ସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀ ପ୍ରଶ୍ନପତ୍ର ପରୀକ୍ଷାରେ ଭାଗ ନେଇଥିଲେ ଓ ଆୟର୍ବେଦିକ ଭେଷଜ ମହାବିଦ୍ୟାଳୟରେ ହୋଇଥିବା ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ । ଏହି ଦିନ ସାମ୍ବାଦିକ ମୁକେଶ ବହିଦାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସଙ୍ଗଠନର ସଭାପତି ତରଣୀସେନ୍ ପଟେଲ (ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଆଟଗାଁ, ହାଇସ୍କୁଲ) ଓ ସମ୍ପାଦକ ଆର୍ତ୍ତତ୍ରାଣ ମିଶ୍ର (ଅବସରପ୍ରାପ୍ତ ଏସ୍.ବି.ଆଇ, ପ୍ରବନ୍ଧକ)ଙ୍କ ନେତୃତ୍ୱରେ ସୂଚାରୁ ରୂପରେ ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଲୋଚକ ଓ ବକ୍ତା ଭାବେ ଦତ୍ତାନନ୍ଦ ପଣ୍ଡା (ଅବସରପ୍ରାପ୍ତ ଏସ୍.ବି.ଆଇ, କର୍ମଚାରୀ) କଲିଷ୍ଟ ପଧାନ (ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ), ସୌମ୍ୟରଞ୍ଜନ ମିଶ୍ର (ବ୍ୟବସାୟୀ) ବିଭିନ୍ନ ସ୍ଥାନରେ ବକ୍ତା ଭାବେ ଯୋଗ ଦେଇଥିଲେ ଓ ସଙ୍ଗଠନର ଅନ୍ୟ କାର୍ଯ୍ୟକର୍ତ୍ତା ଯଥା – ସୁରେନ୍ଦ୍ର ସେଠ୍, ପ୍ରଦୁମ୍ନ ଗଡତିଆ, ଅଶୋକ ସାହୁ(ଉପସଭାପତି), ପ୍ରକାଶ ତରିଆ, ବୀରକିଶୋର ସୁନା, ମିଥୁନ ରଣାଙ୍କ ସକ୍ରିୟ ସହଯୋଗ ଫଳରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଶେଷରେ କୃତ୍ତି ପ୍ରତିଯୋଗୀମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ ବାଲ୍ୟକାଳରୁ ପିଲାଙ୍କ ମଧ୍ୟରେ ଭାରତର ସଂସ୍କୃତି, ଇତିହାସ ପୁରାଣ, ବିଜ୍ଞାନ, କଳା ଭାସ୍କର୍ଯ୍ୟ ପ୍ରତି ପ୍ରେମ୍ ଓ ଆଦର ନିର୍ମାଣ ହେଉ ଯଦ୍ୱାରା ଭରତ ଆଉ ପରାଧୀନ, ବିଭାଜନର ଶିକାର ନହେଉ ଓ ପୁନଃ ବିଶ୍ୱଗୁରୁ ଆସନରେ ଉପବେଷଣ ହେଉ ବୋଲି ମତ ପ୍ରକାଶ ପାଇଥିଲା ।
Prev Post