ମହିଳାଙ୍କୁ ମାରଣାନ୍ତକ ଆକ୍ରମଣ ଅଭିଯୋଗ

ପାଟଣା : ପାଟଣା ଥାନା ଅନ୍ତର୍ଗତ କୁଦାବେଡା ଗ୍ରାମର କାର୍ତ୍ତିକ ନାଏକଙ୍କ ପତ୍ନୀ ଚନ୍ଦ୍ରାବତୀ ନାଏକଙ୍କୁ ଗତକାଲି ପୂର୍ବାହ୍ନରେ ଚାଷ ଜମିରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଚନ୍ଦ୍ରାବତୀ ନିଜ ବିଲକାମ ସାରି ତାଙ୍କ ବିଲ ପାଖରେ କୁସୁମ ଗୋଟାଉଥିବା ସମୟରେ ସେହି ଗ୍ରାମର ଜନାର୍ଦନ ନାଏକ ତାଙ୍କୁ ଗାଳି ଗୁଲଜ କରିବା ସହ ଏକ କୋଦାଳରେ ତାଙ୍କ ବେକ ଓ ମୁଣ୍ଡକୁ ହାଣି ଦେଇଥିଲା । ଗୁରୁତର ଅବସ୍ଥାରେ ସେ ଡାକ୍ତରଖାନାକୁ ଆସି ପ୍ରାଥମିକ ଚିକିତ୍ସା କରାଇବା ସହ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ହେବା ପରେ ଏଏସ୍‌ଆଇ ପଦ୍ମାବତୀ ବିଶ୍ୱାଳ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.