ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ୍‌ ଓ ହସ୍‌ପିଟାଲ୍‌ର ଯୁବ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ୍‌ ଓ ହସ୍‌ପିଟାଲ୍‌ର କାର୍ଯ୍ୟରତ ଯୁବ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଡାକ୍ତର ଜଣକ ରୁଗୁଡ଼ିପଡ଼ା ନିବାସୀ ଡା. ବିଶ୍ୱରଂଜନ ସାହୁ ବୋଲି ଜଣାପଡ଼ିଛି । ଆଜି ଅପରାହ୍ନ ୫ଟାରେ ନିଜ ଆଉଟ୍‌ ଡୋର୍‌ ଡ୍ୟୁଟି ସାରି ସାଥୀ ଡାକ୍ତରଙ୍କ ସହିତ ସେ ବାଇକ୍‌ ଯୋଗେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ୍‌ ଓ ହସ୍‌ପିଟାଲ୍‌କୁ ଫେରୁଥିବା ବେଳେ ପଛ ପଟରୁ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ଡାକ୍ତରଙ୍କ ମୁଣ୍ଡରେ ତିନୋଟି ସ୍ଥାନରେ କ୍ଷତ ହୋଇଥିବା ବେଳେ ତାଙ୍କୁ ଭୀମ ଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ତେବେ ଡାକ୍ତରଙ୍କୁ ଆକ୍ରମଣ କୌଣସି ଦୃଷ୍ଟିରୁ ସମାଜ ପାଇଁ ଶୁଭଙ୍କର ନୁହେଁ ବୋଲି ହସ୍‌ପିଟାଲ୍‌ ସୁପରିଷ୍ଟେଣ୍ଡେଣ୍ଟ ଡା.ମାନସୀ ପଣ୍ଡା କ୍ଷୋଭର ସହିତ କହିଛନ୍ତି । ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ବଲାଙ୍ଗିର ଟାଉନ୍‌ ପୋଲିସ ।

Leave A Reply

Your email address will not be published.