ଘରେ ପଶି ମା’ ଓ ଝିଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

  • ବ୍ରହ୍ମପୁର ବଡ଼ବଜାର ଥାନାରେ ଆକ୍ରମଣକାରୀ ଯୁବକ ଅଟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବଡ଼ବଜାର ଥାନା ଅଧିନସ୍ଥ ମହାନଗର ଅଞ୍ଚଳର ଫାଷ୍ଟଗେଟ୍ ରଘୁପତିନଗର ଅଞ୍ଚଳରେ ଜଣେ ଯୁବକ ଘରେ ପଶି ଜଣେ ମହିଳାଙ୍କୁ କାତିରେ ଆକ୍ରମଣ କରିବା ସାଙ୍ଗକୁ ଝିଅଙ୍କୁ ମଧ୍ୟ କାତିରେ ହାଣି ଆକ୍ରମଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ମା’ ଓ ଝିଅଙ୍କୁ ରକ୍ତାକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ଭାବେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଉଭୟ ମା’ ଓ ଝିଅ ହସ୍ପିଟାଲରେ ଜୀବନ ଯନ୍ତ୍ରଣାରେ ଚିକିତ୍ସିତ ହେଉଛନ୍ତି । ଏଣେ ଆକ୍ରମଣକାରୀ ବଡ଼ବଜାର ଥାନାରେ ଧାରୁଆ ଅସ୍ତ୍ର କାତି ସହ ଆତ୍ମସମର୍ପଣ କରିଥିବା ଏକ ଚାଞ୍ଚଲ୍ୟ କର ବିଷୟ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଦୁଇଜଣ ମହିଳା ହେଲେ ମାଧୁରୀ ପଣ୍ଡା ଓ ତାଙ୍କ ଝିଅ ବୋଲି ଜଣାପଡିଛି । ଆକ୍ରମଣକାରୀ ଯୁବକ ଶୁଭମ ସାହୁ ଓରଫ ରୋଶନ ସାହୁ ବୋଲି ପୋଲିସ କହିଛି । ମା’ ଓ ଝିଅ ଖୁସିରେ ମୋଡିକି (ଦାନ୍ତିକିଲି) ଖାଉଥିବା ସମୟରେ ଯୁବକ ଘରେ ପଶିଥିଲେ ବୋଲି କୁହାଯାଉଛି । ଏହା ଏକ ପ୍ରେମ ବ୍ୟାପାରକୁ ନେଇ ଘଟିଥିବା ସାଧାରଣରେ ଅନୁମାନ କରାଯାଉଛି । ବଡ଼ବଜାର ପୋଲିସ ଏବଂ ବ୍ରହ୍ମପୁର ଏସ୍‌ପି ଡ଼. ଶ୍ରବଣ ବିବେକ ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦିଗରେ ପଦକ୍ଷେପ ନେଇଛନ୍ତି ।

Leave A Reply

Your email address will not be published.