ରାମେଶ୍ୱର ନଗରଠାରେ ବଡ ଭାଇର ଆକ୍ରମଣର ଶିକାର ହେଲା ଦିବ୍ୟାଙ୍ଗ ସାନ ଭାଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ରାମେଶ୍ୱର ନଗରଠାରେ ଜଣେ ଦିବ୍ୟାଙ୍ଗ ତଥା ସାମାନ୍ୟ ଦୃଷ୍ଟିହୀନ ସାନ ଭାଇ ନିଜ ବଡ ଭାଇର ଆକ୍ରମଣର ଶିକାର ହୋଇ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଦିବ୍ୟାଙ୍ଗ ତଥା ସାମାନ୍ୟ ଦୃଷ୍ଟିହୀନ ବ୍ୟକ୍ତି ଜଣକ ହେଲେ ପ୍ରଶାନ୍ତ ପରୁଆ । ପ୍ରଶାନ୍ତଙ୍କ କହିବାନୁସାରେ ତାଙ୍କ ଆଖି ସାମାନ୍ୟ ଦିଶୁଥିବା ବେଳେ ସେ ସରକାରଙ୍କ ତରଫରୁ ଦିବ୍ୟାଙ୍ଗ ଭତ୍ତା ପାଉଛନ୍ତି । ଏହି ଦିବ୍ୟାଙ୍ଗ ଭତ୍ତା ପ୍ରଶାନ୍ତଙ୍କ ବଡ ଭାଇ ଆକଉଣ୍ଟରେ ପଡୁଥିବା ବେଳେ ତାଙ୍କ ବଡ ଭାଇ ଗତ ଆଠ ମାସ ହେବ ତାଙ୍କୁ ଅଧା ପଇସା ଦେଉଥିଲେ । ତେବେ ଏଥିପାଇଁ ତାଙ୍କ ବଡ ଭାଇଙ୍କୁ ପ୍ରଶାନ୍ତ କହିବାରୁ ତାଙ୍କ ବଡ ଭାଇ ତାଙ୍କୁ ମାଡ ମାରଥିଲେ । ଫଳରେ ସେ ଟାଉନ ଥାନାର ଦ୍ୱାରସ୍ଥ ହୋଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.

error: Content is protected !!