କଂଗ୍ରେସ ଅଧ୍ୟକ୍ଷ ପିଜୁଶ କାନ୍ତି ବିଶ୍ବାସଙ୍କୁ ଆକ୍ରମଣ

ଅଗରତାଲା : ଆଜି ସିପାହୀଜାଲା ଜିଲ୍ଳାରେ ତ୍ରିପୁରା କଂଗ୍ରେସ ଅଧ୍ୟକ୍ଷ ପିଜୁଶ କାନ୍ତି ବିଶ୍ବାସଙ୍କୁ ଆକ୍ରମଣ କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣରେ ତାଙ୍କ କାର୍‌ ମଧ୍ୟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । କଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି ଯେ, ବିଶ୍ବାସଙ୍କୁ ବିଜେପି କାର୍ୟ୍ୟକର୍ତ୍ତାମାନେ ଆକ୍ରମଣ କରିଛନ୍ତି । ଘଟଣା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସୋମବାର ରାଜ୍ୟରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!