ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ କଲେଜ ଛାତ୍ରଙ୍କୁ ସଙ୍ଘ ବଦ୍ଧ ଆକ୍ରମଣ । ଗୁରତର ଅବସ୍ଥାରେ ଛାତ୍ର ଜଣକ ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଛାତ୍ର ଜଣକ ଟିଟିଲାଗଡ଼ ରାସ୍ତାରେ ଥିବା ଏକ ଚାହା ଦୋକନ ପାଖରେ ଥିବା ପୋଲ ଉପରେ ବସିଥିବା ବେଳେ ତାଙ୍କୁ କିଛି ଯୁବକ ହଠାତ୍ ଆସି ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁରୁତର ହୋଇଯାଇଥିଲେ ଛାତ୍ର ଜଣକ । ଗୁରୁତର ଛାତ୍ର ଜଣକ କଛାରପାଲି ଗ୍ରାମର କ୍ରିଷ୍ଣା ପାଣିଗ୍ରହୀ ଓ ସେ ବଲାଙ୍ଗିରରେ ରହି ଏକ ଘରୋଇ କଲେଜରେ ପାଠ ପଢୁଥିବା ସୂଚନା ରହିଛି । ତେବେ କାହିିଁକି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ଦୁର୍ବୃତ୍ତ ମାନେ ? କ’ଣ ଏହା ପଛର କାରଣ ? ସେ ଦିଗର ବଲାଙ୍ଗିର ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
Prev Post