ଅବକାରୀ କନେଷ୍ଟବଳ ସବ୍ୟସାଚୀ ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ୭ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅବକାରୀ କନେଷ୍ଟବଳ ସବ୍ୟସାଚୀ ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ବୁଧବାର ଦିନ ପୋଲିସ ୭ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ତୁମ୍ବେଶ୍ୱର୍ ପାତ୍ର, ରଞ୍ଜିତ ପଟ୍ଟନାୟକ, ସମୀର ପ୍ରଧାନ, ସୁମନ ମହାପାତ୍ର, ଲକ୍ଷ୍ମୀନାରାୟଣ ବେହେରା ଓ ରମେଶ ପାତ୍ରଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ଠାରୁ ଜବତ ହୋଇଛି, ଅବକାରୀ କନେଷ୍ଟବଳ ସବ୍ୟସାଚୀଙ୍କ ମୋବାଇଲ ଫୋନ୍, ପରିଚୟପତ୍ର ଓ ବିକ୍ରି ପାଇଁ ମହଜୁଦ ଥିବା ବିପୁଳ ପରିମାଣର ମଦ । ଏଠାରେ ସୂଚନଯୋଗ୍ୟ ଯେ’ ଗତ ସୋମବାର ରାତିରେ ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଟେଲିଫୋନ୍‌ ଭବନ ନିକଟସ୍ଥ ଗଳିରେ ବ୍ୟାପକ ଚୋରା ମଦ ବିକ୍ରି ହେଉଥିବା ଖବର ପାଇ ଅବକାରୀ ବିଭଗ ତରଫରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ସେହି ସମୟରେ ଅବକାରୀ କନେଷ୍ଟବଳ ଶ୍ରୀ ମିଶ୍ରଙ୍କ ଉପରେ ଦୁର୍ବୃତ୍ତ ଆକ୍ରମଣ କରିଥିଲେ ।

Leave A Reply

Your email address will not be published.