ହାତୀ ଆକ୍ରମଣରେ ଜଣେ ମୃତ

ଯାଜପୁର : ହାତୀ ହାବୁଡରେ ପଡି ଯୁବକଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବୈରୀ ରେଞ୍ଜ ଅଧୀନ ବଡ଼ଚଣା ବ୍ଲକ ଚାରିଗୋଛିଆ ଅଂଚଳରେ ଘଟିଛି ଏଭଳି ଦୁର୍ଘଟଣା । ଦୁଇ ଯୁବକ ବନ୍ଧପଲ୍ଲୀ ଜଙ୍ଗଲକୁ ଯାଇଥିଲେ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ, ଅନ୍ୟ ଯୁବକ ଜଣକ ଖସିଆସିଛନ୍ତି । ଘଟଣାସ୍ଥଳରେ ବନବିଭାଗ ଅଧିକାରୀ ପହଞ୍ଚି ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବୈରୀ ରେଞ୍ଜ ଅଧୀନ ବଡ଼ଚଣା ବ୍ଲକ ଚାରିଗୋଛିଆ ଅଞ୍ଚଳର ଦୁଇ ଜଣ ଯୁବକ ବନ୍ଧପଲ୍ଲୀ ଜଙ୍ଗଲକୁ ଯାଇଥିଲେ । ସେଠାରେ ସେମାନେ ହାତୀ ହାବୁଡ଼ରେ ପଡି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଦୌଡ଼ି ପଳାଇ ଯାଇଥିବା ବେଳେ ଅନ୍ୟ ଜଣ ଯୁବକ ହାତୀ ହାବୁଡ଼ରେ ପଡି ଯାଇଥିଲେ ବୋଲି ଜଣାପଡିଛି ।

Leave A Reply

Your email address will not be published.