oom

ଜାତିଆଣ ଆକ୍ଷେପ କରି ମରଣାନ୍ତକ ଆକ୍ରମଣ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅଧିନସ୍ଥ ଛେଲିଆମାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ସୁରେନ୍ଦ୍ର କଲେତଙ୍କୁ ଗ୍ରାମର କେତେକ ଲୋକ ପୂର୍ବଘଟଣାକୁ କେନ୍ଦ୍ର କରି ଆକ୍ରୋଶ ମୂଳକ ଆକ୍ରମଣ କରି ଲହୁ ଲୁହାଣ କରିଦେଇଛନ୍ତି । ଏନେଇ ତାଙ୍କ ଭାଇ ଯଶପାଳ କଲେତ ପାଇକମାଲ ଥାନାରେ ଅଭିଯୋଗ କରି ଏତଲା ଦେଇଛନ୍ତି । ସୂଚନା ଅନୁସାରେ ସୁରେନ୍ଦ୍ର କଲେତ ସୋମବାର ଦିନ ୧୨ଟା ସମୟରେ ଶୌଚ ପାଇଁ ବାହାରକୁ ଯାଇଥିଲେ । ଫେରିବା ସମୟରେ ଗ୍ରାମର ଗଣେଶ ପ୍ରଧାନଙ୍କ ଖଳା ପାଖରେ ଗ୍ରାମର ହୃଦାନନ୍ଦ ପ୍ରଧାନ, ଗଙ୍ଗା ବରିହା ଓ ଅନ୍ୟ ଦୁଇ ଜଣ ମୁଖା ପିନ୍ଧା ବ୍ୟକ୍ତି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଓ ଜାତିଆଣ ଆକ୍ଷେପ କରି ମରଣାତ୍ୱକ ଆକ୍ରମଣ ପୂର୍ବକ ଲହୁ ଲୁହାଣ ଅବସ୍ଥାରେ ଛାଡି ଚାଲି ଯାଇଥିଲେ ବୋଲି ଯଶପାଳ କଲେତ ଅଭିଯୋଗ କରିଛନ୍ତି । ସୁରେନ୍ଦ୍ର କଲେତ ଲହୁ ଲୁହାଣ ଅବସ୍ଥାରେ ଘରକୁ ଆସି ଥିଲେ ଏବଂ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଡାକ୍ତର ଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ପରେ ତାଙ୍କ ଭାଇ ପାଇକମାଲ ଥାନାରେ ଏତଲା ଦେବା ଦ୍ୱାରା ଥାନାରେ ଅଧିକାରୀ ଗ୍ରାମକୁ ଯାଇ ତଦନ୍ତ ପୂର୍ବକ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା ଧାରା ଅନୁସାରେ କେଶ ରୁଜୁ କରି ୧୨୬(୨) ୧୧୫(୨) ୩(୫) ୩(୧)x ୩(୧)x ୩(୨) ଦଫାରେ ତଦନ୍ତ ଜାରି ରଖିଛନ୍ତି ।

jittmm
Leave A Reply

Your email address will not be published.