lika

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିରର ଜିଲ୍ଲା ସମିକ୍ଷା ଓ ଯୋଜନା ବୈଠକ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିରର ଜିଲ୍ଲା ସମିକ୍ଷା ଓ ଯୋଜନା ବୈଠକ ବଲାଙ୍ଗିର ସ୍ଥିତ ଆର୍ଯ୍ୟ ସମାଜଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଶୈକ୍ଷିକ ସମସ୍ୟା ସହ ଏବିଭିପି ବଲାଙ୍ଗିରର ଆଗାମୀ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ସଦସ୍ୟତା, ନୂତନ ଶାଖା ଗଠନ, ଛାତ୍ର ସଂସଦ ନିର୍ବାଚନ, ବିଭିନ୍ନ ଶୈକ୍ଷିକ ସମସ୍ୟା ପାଇଁ ଆନ୍ଦୋଳନ ଇତ୍ୟାଦି ପ୍ରମୁଖ ବିଷୟରେ ବିଦ୍ୟାର୍ଥୀମାନଙ୍କ ପାଖରେ ପହଂଚି ଏବିଭିପି ସଂଗଠନ ସୃଦୃଢ଼କୁ କରିବା ସହ ଜିଲ୍ଲାର ପ୍ରଭାବି ସଂଗଠନ ରୂପ ନେବ ବୋଲି ବିଭାଗ ସଂଯୋଜକ ସ୍ୱରାଜ ପୁରୋହିତ କହିଛନ୍ତି । ଏହି ବୈଠକରେ ପ୍ରାନ୍ତ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା, ବିଭାଗ ପ୍ରମୁଖ ରବିନ୍ଦ୍ର ମେହେର, ବିଭାଗ ସଂଯୋଜକ ସ୍ୱରାଜ ପୁରୋହିତ, ଜିଲ୍ଲା ସଂଯୋଜକ ଉତ୍ତମ ବରାଡ , ଜିଲ୍ଲା ସଂଗଠନ ସମ୍ପାଦକ ବିକାଶ ସାହୁ, ନଗର ସମ୍ପାଦକ ତେଜରାତ ସାହୁ, ରାଜ୍ୟ ସାଭିସ୍କାର ସହ ସଂଯୋଜକ ଶୁଶାନ୍ତ କୁମାର ବେହେରା, ନଗର ଉପସଭାପତି ମଞ୍ଜିତ କୁମାର କର୍ମୀ ଓ ଅନିଲ କୁମାର ସା, ବିଭାଗ ଛାତ୍ରୀ ପ୍ରମୁଖ ବିଳାସିନୀ ବୁଟା, ନଗର ଛାତ୍ରୀ ପ୍ରମୁଖ ଶିକୃତି ବନ୍ଧଛୋଡ, ନଗର ସିଡ଼ିଡ଼ି ସଂଯୋଜକ ସ୍ଵାଭିମାନ ପ୍ରଧାନ ଓ ଜିଲ୍ଲାର ବିଭିନ୍ନ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.