oom

ଓଡିଶା ମାଟିର ଗର୍ବ ଶ୍ରୀମତୀ ଦୌପଦୀ ମୁର୍ମୁ ବିପୁଳ ଭୋଟରେ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ କାମନା କରି ଅଖଣ୍ଡ ଦୀପ ସ୍ଥାପନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୧୮ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଦେଶର ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନରେ ଓଡିଶାର ଗର୍ବ ଶ୍ରୀମତୀ ଦୌପଦୀ ମୁର୍ମୁ ବିପୁଳ ଭୋଟରେ ବିଜୟୀ ହେବା ପାଇଁ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହ ମହାପ୍ରଭୁଙ୍କ ନିକଟରେ ଆଜି ଦିନ ୧୧ ଘଣ୍ଟାରୁ ଏକ ଅଖଣ୍ଡ ଦୀପ ଭାରତୀୟ ଜନତା ପାର୍ଟି ଓ ସାଧାରଣ ଜନତାଙ୍କ ଦ୍ୱାରା ସ୍ଥାପନ କରାଯାଇଛି । ଶ୍ରୀମତୀ ଦୌପଦୀ ମୁର୍ମୁଙ୍କ ପ୍ରତି ଆଶୀର୍ବାଦ କାମନା କରି ଅଖଣ୍ଡ ଦୀପ ସ୍ଥାପନ ପରେ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ୨୧ଟି ଦୀପ ଦାନ କରାଯାଇଥିଲା । ଏହି ଆଶୀର୍ବାଦ କାମନା ଅଖଣ୍ଡ ଦୀପ ସ୍ଥାପନ କାର୍ଯ୍ୟରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ପ୍ରୀତେଶ ବହିଦାର ଆଇନଜୀବୀ ସୁରେଶ ପାଠୀ, ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ଜିଲ୍ଲା ଉପସଭାପତି ସରୋଜ ସାମଲ, ସାଂସଦ ପ୍ରତିନିଧି ଡା ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ଅଶୋକ ମିଶ୍ର, ପାଇକମାଲ ମଣ୍ତଳ ସଭାପତି କୌଲାସ ଦିଶ୍ରୀ, ମାଣ୍ଡୋସିଲ ମଣ୍ତଳ ସଭାପତି ସଂଜୟ ବେହେରା, ଶୁଶାନ୍ତ ନାଗ, ରାଜ କିଶୋର ତ୍ରିବେଦୀ, ସୁବୋଧ ପଣ୍ତା, ଅରୁଣ ମୁଣ୍ତ, ପାଇକମାଲ ସରପଞ୍ଚ ପ୍ରତିନିଧି ଧନସିଂ ତାଣ୍ତି, ରାଜ ମହମ୍ମଦ, ରୋଶନ ପାଣିଗ୍ରାହୀ, କୁନାଲ ପାଣିଗ୍ରାହୀ, ମଣ୍ଟୁ ପାଣ୍ତେ, ରକ୍ମଣ ସେଠ, ଦିବାକର ତାଣ୍ଡି, ଦିନେଶ ବାରିକ ସାମିଲ ହୋଇ ଶ୍ରୀମତୀ ଦୌପଦୀ ମୁର୍ମୁଙ୍କ ବିଜୟ ପାଇଁ ପ୍ରାର୍ଥନା କରିଥିଲେ ।

jittmm
Leave A Reply

Your email address will not be published.