ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସ୍ଥାନୀୟ ସରକାରୀ ବସ୍ଷ୍ଟାଣ୍ଡ୍ ନିକଟ ଫଳବଜାର ପାଖରେ ଥିବା ଛୋଟକାଟିଆ ଖବରକାଗଜ ଦୋକାନକୁ ଚଳାଇ ବରିଷ୍ଠ ସାମ୍ବାଦିକ ରାଜୀବ ଷଡ଼ଙ୍ଗୀ ଜୀବିକାର୍ଜନ କରନ୍ତି । ଦୁଃଖର ବିଷୟ ଗତକାଲି ରାତି ସମୟରେ କେହି ଜଣେ ଅସାମାଜିକ ଯୁବକ ଈର୍ଷାପରାୟଣ ହୋଇ ଦୋକାନର ଚାରୋଟି ତାଲାକୁ ଏମ୍ସିଏଲ୍ ତଥା ସିମେଣ୍ଟ୍ ଲଗାଇ ସରକାରୀ ସିଲ୍ ଭଳିଆ କରିଦେଇଛି । ଫଳରେ ଦୋକାନ ଖୋଲିବା ସମ୍ଭବ ହେଲାନାହିଁ । ତେଣୁ ଦୋକାନରେ ଥିବା ଖବରକାଗଜ, ମେଗାଜିନ୍ ଇତ୍ୟାଦି ବିକ୍ରି ହୋଇପାରିନାହିଁ । ସାମ୍ବାଦିକ ଜଣକ ଦୀର୍ଘ ୪୦ବର୍ଷ ହେଲା ଏହି ସ୍ଥାନରେ ଖବରକାଗଜ, ମେଗାଜିନ୍, କ୍ୟାଲେଣ୍ଡର ବିକ୍ରି କରିଆସୁଛନ୍ତି । ତାଙ୍କର କୌଣସିପ୍ରକାର କାହା ସହିତ ଶତ୍ରୁତା ନାହିଁ ଏଣୁ ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ତାଙ୍କ ଜୀବିକାରେ କଠୋର ବାଧାପ୍ରାପ୍ତ ହେବାରୁ ସେ ମାନସିକ ଆଘାତରେ ଭାଙ୍ଗି ପଡ଼ିଛନ୍ତି ।

Next Post