ଛତ୍ରପୁର ଏନ୍.ଏ.ସି.ର ୩ ନମ୍ୱର ୱାର୍ଡ଼ କାଉନସିଲରଙ୍କ ସ୍ଵାମୀଙ୍କ ଅକାଳ ବିୟୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଏନ୍.ଏ.ସି.ର ୩ ନମ୍ୱର ୱାର୍ଡ଼ କାଉନସିଲର ମାମା ସେଠୀଙ୍କ ସ୍ଵାମୀ ରଘୁନାଥ ବେହେରା (୩୨)ଙ୍କ ଆଜି ମଧ୍ୟାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ହୋଇଯାଇଛି । ଗତ ୫/୬, ଦିନ ହେଲା ଶାରୀରିକ ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱର ସୋମ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତେବେ ସେଠାରେ ହଠାତ୍ ତାଙ୍କର ଅକାଳ ବିୟୋଗ ଘଟିଥିବା କୁହାଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ୮ ମାସର ଝିଅ, ତାଙ୍କ ପତ୍ନୀ, ପରିବାର ପ୍ରମୁଖ ଉପସ୍ଥିତ ଥିଲେ । ରଘୁନାଥ ବେହେରା ଜଣେ ବିଶ୍ୱାସୀ, ଶାନ୍ତଶିଷ୍ଟ ବ୍ୟକ୍ତି ଥିଲେ । ବାଇକ ଗ୍ୟାରେଜରେ କାର୍ଯ୍ୟ କରି ନିଜର କର୍ମମୟ ଜୀବନକୁ ଅତିବାହିତ କରି ଆସୁଥିଲେ । ତାଙ୍କ ବିୟୋଗରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.