ବଲାଙ୍ଗିର ରିଜର୍ଭ ପୋଲିସ ହାବିଲଦାର ଯଜ୍ଞେଶ୍ଵର ମାଝୀଙ୍କ ଅକାଳ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରିଜର୍ଭ ପୋଲିସ ହାବିଲଦାର ଯଜ୍ଞେଶ୍ଵର ମାଝୀଙ୍କ ଆଜି ଭୋର୍‌ ପାଖାପାଖି ୪ ଟା ସମୟରେ ଅକାଳ ବିୟୋଗ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ପେଟ ଗୋଳମାଳ ଓ ଏସିଡିଟି ସମସ୍ୟା ଯୋଗୁଁ ପେଟରେ କଷ୍ଟ ଅନୁଭବ କରିବା ଯୋଗୁଁ ତାଙ୍କୁ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ରାସ୍ତାରେ ତାଙ୍କ ଅକାଳ ବିୟୋଗ ଘଟିଥିବା ଜଣାପଡିଛି । ତାଙ୍କ ବିୟୋଗରେ ବଲାଙ୍ଗିର ପୋଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.