oom

ଡୁମ୍ଵେରବାହାଲ ସ୍କୁଲର ଏକକାଳୀନ ତିନିଜଣ ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ଲାଭ

jsmm

ପାଇକମାଲ, (ନିରୋଜ କୁମାର ପାଣୀ) : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଥିବା ୨୦୨୪-୨୫ ଶିକ୍ଷା ବର୍ଷର ମେଧାବୃତ୍ତି ପରୀକ୍ଷାରେ ପାଇକମାଲ ବ୍ଲକ ଡୁମ୍ଵେରବାହାଲ ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକକାଳୀନ ତିନିଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେବା ସହ ମେଧାବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପଞ୍ଚମ ଶ୍ରେଣୀ ବୃତ୍ତି ପାଇବାକୁ ବର୍ଷା ବାଗ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ତୃତୀୟ ଶ୍ରେଣୀର ବୃତ୍ତି ପାଇବାକୁ ନୀତିଶ ସାହୁ ଓ କ୍ରିଷ୍ଣାମୟୀ ମୁଗୁରୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ଫଳରେ ଏହି ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏହି ଉପଲକ୍ଷେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଏକ ସୁସଜ୍ଜିତ ରଥରେ ବସାଇ ଛାତ୍ରଛାତ୍ରୀ, ଶିକ୍ଷକ ତଥା ଅଭିଭାବକ ମାନେ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା କରିଥିଲେ । ପରେ ସ୍କୁଲରେ ପ୍ରଧାନ ଶିକ୍ଷକ ହୃଷୀକେଶ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମାଣ୍ଡୋସିଲ ସିଆର୍‌ସି ବସୁଦେବ କୁମ୍ଭାର, ବରପାଲି ସିଆର୍‌ସି ବିକ୍ରମ କେଶରୀ ପଟେଲ, ସ୍କୁଲ ପରିଚାଳନା କମିଟି ସଭାପତି ବନବାସ ସାହୁ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇବା ସହିତ ଏହି ସଫଳତା ପାଇଁ ଶିକ୍ଷକ ମାନଙ୍କୁ ମଧ୍ୟ ବିଶେଷ ଭାବେ ଧନ୍ୟବାଦ ଓ ସମ୍ବର୍ଦ୍ଧନା ଜଣାଇଥିଲେ । ମେଧାବୃତ୍ତି ପାଇବାରେ ଏହି ସଫଳତାର ଧାରା ପ୍ରତିବର୍ଷ ବଜାୟ ରଖିବା ଦିଗରେ ଗୁରୁତ୍ୱ ଦେବାକୁ ଶିକ୍ଷକ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସଭାରେ ସହକାରୀ ଶିକ୍ଷକ ସୁଦାମ କନ୍ଧେର, ଡେଜଲିଙ୍ଗ ଦନ୍ତା, ସୌତମ ଛତର, ବାବୁଲାଲ ଧରୁଆ, ସ୍ଵେଚ୍ଛାସେବୀ ଶିକ୍ଷୟିତ୍ରୀ ତପସ୍ୱିନୀ ପାଣ୍ଡେଙ୍କ ସହିତ ଅଭିଭାବକ ମାନେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.