centurian jitm

ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଏ. କେ ଫିଲ୍ମସ୍‌ର ରୌପ୍ୟ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଆଜି ଏ. କେ ଫିଲ୍ମସ୍‌ର ରୌପ୍ୟ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ‘ସାମ୍ପ୍ରତିକ ପରିସ୍ଥିତିରେ ସମାନ୍ତରାଳ ଫିଲ୍ମର ପ୍ରାସଙ୍ଗିକତା’ ଶୀର୍ଷକ ବିଷୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏ.କେ ଫିଲ୍ମସ୍‌ର ପ୍ରତିଷ୍ଠାତା ଅଶୋକ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଡଃ. ଶ୍ରୀକର ମିଶ୍ର ଓ ସମ୍ମାନିତ ଅତିଥିଭାବେ ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବରେ ଗାଳ୍ପିକ ପ୍ରଦୀପ କୁମାର ମହାପାତ୍ର ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ । ସଭା ପ୍ରାରମ୍ଭରେ ବରିଷ୍ଠ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ବ୍ରଜମୋହନ ମିଶ୍ର ଓ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଗୋବର୍ଦ୍ଧନ ଭୋଇଙ୍କ ବିୟୋଗରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରି ଏ.କେ ବେନରସରେ ଅଭିନୟ କରିଥିବା କିଛି କଳାକାର ଓ ଟେକନିସିଆନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାକୁ ବିଜୟ ତ୍ରିପାଠୀ ସଂଯୋଜନା କରିଥିବା ହେଲେ ପରିଶେଷରେ କପିଳେଶ୍ଵର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.