ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ବଣିକ ସଂଘର ନିଷ୍ପତ୍ତି ଅନୁସାରେ ଆଜିଠାରୁ ଅପରାହ୍ନ ୨ଟାରୁ ସକାଳ ୫ଟା ଯାଏଁ ମଇ ୭ ତାରିଖ ପର୍ୟ୍ୟନ୍ତ ସବୁ ଦୋକାନ ବଜାର ବନ୍ଦ ରହିବ । ସହରରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ସମସ୍ତେ ଏହି ଘୋଷଣାକୁ କାର୍ୟ୍ୟକାରୀ କରିବା ପାଇଁ ବଣିକ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଦେଶରେ ସଂକ୍ରମଣ ଭୀଷଣ ସ୍ଥିତିରେ ପହହଂଚି ଥିବାବେଳେ ରାଜ୍ୟରେ ମଧ୍ୟ ଏଭଳି ଅସଂଭାଳ ପରିସ୍ଥିତି ଦେଖିବାକୁ ମିଳିଛି । ଏଥି ଯୋଗୁଁ ସମସ୍ତେ ସତର୍କ ରହିବା ସହ ନିହାତି ଆବଶ୍ୟକ ନହେଲେ ଘରୁ ବାହାରିବା ଅନୁଚିତ । ସାମାନ୍ୟ ବି ଅବହେଳା ଘାତକ ହୋଇପାରେ । ସଂକ୍ରମଣକୁ ଆଖି ଆଗରେ ରଖି ସଚେତନତା ନିହାତି ଅବଲଂବନୀୟ ।