ଭାରସାମ୍ୟ ହରାଇ ଘାଟିକୁ ଖସିଲା ସ୍କୁଲ ବସ୍ : ୬ ମୃତ, ୨୨ ଆହତ

ଲେହ : ଲଦାଖର ଲେହରେ ଏକ ବଡ଼ ଦୁର୍ଘଟଣାର । ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ପୁଲିସର ସୂଚନା ଅନୁସାରେ ବସ୍‌ଟି ୨୦୦ ମିଟର ଗଭୀର ଘାଟିକୁ ଖସି ପଡ଼ିବାରୁ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି । ଖବର ପାଇ ସୁରକ୍ଷାବାହିନୀର ଟିମ୍ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ । ବାକି ୨୨ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି । ପୁଲିସ ଶବ ବ୍ୟବଚ୍ଛେଦ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.