ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱଚ୍ଛ ଭାରତ ଅଭିଯାନର ଅନ୍ୟ ଏକ ଉଦାହରଣ କହିଲେ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମପଞ୍ଚାୟତ ଜାମୁଟପାଲି ଗାଁର ଦିବ୍ୟାଙ୍ଗ ବିଲମ ଭୋଇକୁ ବୁଝାଏ । ସେ କିଛି କହିପାରନ୍ତିନି କି ଶୁଣି ମଧ୍ୟ ପାରନ୍ତି ନାହିଁ । କେବଳ ଠାରରେ ସେ ସବୁ କିଛି ବୁଝି ଯାଆନ୍ତି । ସେ ମଇଲା ଆବର୍ଜନାକୁ ଘୃଣା କରନ୍ତି । ସେ ଦିବ୍ୟାଙ୍ଗ ହେଲେ ମଧ୍ୟ ଗୁଦେରପାଲି ବସ୍ଷ୍ଟାଣ୍ଡ ତାଙ୍କ ପାଇଁ ସଫାସୁତୁରା ରହିଥାଏ । ସକାଳ ହେଲା ମାତ୍ରକେ ଶୀତ କାକର ବର୍ଷାକୁ ଖାତିର ନକରି ଗୁଦେରପାଲି ବସ୍ଷ୍ଟାଣ୍ଡକୁ ଆସି ମଇଳା ଆବର୍ଜନା ସଫା କରିବାରେ ଲାଗିପଡନ୍ତି । ସେହି କାମପାଇଁ କାହାଠାରୁ ଟଙ୍କା ଟିଏ ମଧ୍ୟ ନିଅନ୍ତି ନାହିଁ । କେବଳ ସେତିକି ନୁହେଁ ସେ ବୁଲା କୁକୁର ମାନଙ୍କୁ ମଧ୍ୟ ବହୁତ ସ୍ନେହ ଶ୍ରଦ୍ଧା କରନ୍ତି । ଏ ଅଞ୍ଚଳର ବୁଲା କୁକୁର ମାନଙ୍କ ସହିତ ତାଙ୍କ ନିବିଡ ସମ୍ପର୍କ । ତାଙ୍କୁ ଦେଖିଲା ମାତ୍ରକେ ଏ ଅଞ୍ଚଳର ସମସ୍ତ ବୁଲା କୁକୁର ତାଙ୍କ ଦେହକୁ ଚଢି ଯାଇ କିଛି ଖାଇବାକୁ ମାଗନ୍ତି । ବିଲମ ମଧ୍ୟ ବସ୍ଷ୍ଟାଣ୍ଡ ଏବଂ ବିଭିନ୍ନ ଦୋକାନ ସମ୍ମୁଖକୁ ସଫାକରନ୍ତି ଦୋକାନୀ କିଛି ଖାଇବାକୁ ଦେଲେ ସେଇଟା ସିଏ ବୁଲା କୁକୁର ମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତି । କିନ୍ତୁ ପ୍ରକୃତିର ଖେଳ ବଡ଼ ବିଚିତ୍ର ବିଗତ ୬ ଦିନ ତଳେ ଗୁଦେରପାଲି ଅଞ୍ଚଳରେ ଏକ ପାଗଲା କୁକୁରର ଆତଙ୍କ ଦେଖିବାକୁ ମିଲିଥିଲା । ଗୋଟିଏ ଦିନରେ ସେ ଗୁଦେରପାଲି, କୁଣ୍ଡାଖାଇ ଏବଂ ଜାମୁଟପାଲି ଗାଁର ଚାରିଜଣ ପୁରୁଷ, ଜଣେ ମହିଳାଙ୍କ ସମେତ ଅନେକ ଗାଈଗୋରୁଙ୍କୁ ମଧ୍ୟ କାମୁଡି ରକ୍ତାକ୍ତ କରିଦେଇଥିଲା । ସେହି ଆହତଙ୍କ ଭିତରେ ଜଣେ ହେଲେ ବୁଲା କୁକୁର ମାନଙ୍କ ଅତି ଆପଣାର ଦିବ୍ୟାଙ୍ଗ ବିଲମ ଭୋଇ । ସମସ୍ତ ଆହତ ମାନଙ୍କୁ ଚାଷୀନେତା କିଶୋର ଚନ୍ଦ୍ର ଦେବତାଙ୍କ ସହାୟତାରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠା ଯାଇ ଚିକିତ୍ସା କରାଇ ଭେକ୍ସିନ୍ ଦିଆଗଲା । ସେହିପରି ଆହତ ଦିବ୍ୟାଙ୍ଗ ବିଲମ ଭୋଇଙ୍କୁ ମଧ୍ୟ ଡାକ୍ତରଖାନା ନେବା ପାଇଁ ଚେଷ୍ଟା କରାଗଲା କିନ୍ତୁ ସେ ଗାଡିକୁ ଦେଖି କଉଠି ଲୁଚିଦେଲେ ଲୋକେ ବହୁତ ଖୋଜାଖୋଜି କଲେ କିନ୍ତୁ ସେ ମିଳିଲେ ନାହିଁ । କିଛି ସମୟ ପରେ ସେ ପୁଣି ବସ୍ଷ୍ଟାଣ୍ଡକୁ ଆସି ପୂର୍ବ ଭଲି ପରିବେଶ ସ୍ୱଚ୍ଛତା କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ଇତି ମଧ୍ୟରେ ପାଗଲା କୁକୁର କାମୁଡିବାର ୬ ଦିନ ବିତିଯାଇଥିଲେ ମଧ୍ୟ ତାକୁ ଯେତେ ଚେଷ୍ଟା କଲେବି ଚିକିତ୍ସା ପାଇଁ ଡ଼ାକ୍ତରଖାନା ଅଣା ଯାଇ ପରୁନି । ଏବିଷୟରେ ପ୍ରଶାସନ ଦୃଷ୍ଟି ଗୋଚର କରି ମେଡିକାଲ୍ ଟିମ୍ ତାଙ୍କ ପଖାକୁ ପହଞ୍ଚି ଚିକିତ୍ସା କରି ଭେକ୍ସିନ୍ ଦେଲେ ଏକ ଦୟାଲୁ ପରୋପକାରୀ ଜୀବନ ବଞ୍ଚି ଯାଇପାରିବ ।