ବ୍ରିଜ୍‌ ତଳକୁ ଖସିଲା ବସ୍ : ୨ ମୃତ, ୪୧ ଜଣ ଆହତ

ରାଜଗଡ଼ : ମଧ୍ୟପ୍ରଦେଶରେ ରାଜଗଡ଼ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବ୍ରିଜ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଫଳରେ
୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତି ୨.୩୦ ସମୟରେ ଇନ୍ଦୋରରୁ ଅଶୋକନଗର ଅଭିମୁଖେ ଯାତ୍ରା କରୁଥିବା ଏକ ଯାତ୍ରୀବାହୀ ବସ୍ ରାଜଗଡ଼ ଜିଲ୍ଲାର ପଚୋର ଠାରେ ଏକ ବ୍ରିଜ୍‌ ତଳକୁ ଖସି ପଡ଼ିଥିଲା । ବସ୍‌ରେ ୪୩ ଜଣ ଯାତ୍ରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିବା ସହିତ ୪୧ ଜଣ ଆହତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଉଦ୍ଧାର କରିଥିଲେ ।

Leave A Reply

Your email address will not be published.