ଟ୍ରକ ଓ ବାଇକ ଧ‌କ୍କା : ୨ ବାଇକ ଆରୋହୀ ଆହତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର-ଟିଟିଲାଗଡ଼ ମୁଖ୍ୟ ରାସ୍ତା ପ୍ଲାନିଂ ଅଫିସ ସାମ୍ନାରେ ଏକ ଟ୍ରକ ଓ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ତେବେ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଥିବା କୁହାଯାଇଛି । ୨ ଜଣ ବାଇକ ଆରୋହୀ ଆହତ ହୋଇଥିବା ବେଳେ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସେମାନଙ୍କୁ ପଠାଯାଇଛି । ବାଇକ ଚାଳକ ଆହତ ବ୍ୟକ୍ତି ଛତାମଖନାର କୁନାଲ ବାଗ ବୋଲି ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.