jayashree

ସମୁଦ୍ରରେ ଗାଧୋଉଥିବା ବେଳେ ୫ ପର୍ଯ୍ୟଟକ ଆହତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଚୈତନ ଛକ ବେଳାଭୂମିଠାରୁ ଲାଇଟ୍ ହାଉସ ବେଳାଭୂମି ସମୁଦ୍ରରେ ପର୍ଯ୍ୟଟକ ଗାଧୋଉଥିବା ସମୟରେ ଜେଲିଫିସ ଲାଗି ୫ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ଏହି ସମୟରେ କିଛି ପର୍ଯ୍ୟଟକ ଜେଲିଫିସ ଆକ୍ରମଣର ଶିକାର ହୋଇଛନ୍ତି । ଜେଲିଫିସର ଲାଳ ଲାଗି ସେମାନେ ଆହତ ହୋଇଥିବା ଜଣାପଡିଛି । ଜେଲିଫିସର ଲାଳ ଲାଗିବା ଫଳରେ ଦେହ ହାତ ଜଳା ପୋଡା ହୋଇଥିଲା । ଏଥିରେ ପଶ୍ଚିମବଙ୍ଗ ଓ କିଛି ଓଡିଆ ପର୍ୟ୍ୟଟକ ଆହତ ହୋଇଛନ୍ତି । ଆହତ ହୋଇଥିବା ପର୍ଯ୍ୟଟକମାନେ ହେଲେ ବିଶାଖା ଚକ୍ରବର୍ତ୍ତୀ, ବାଦଲ କିଶାନ, କସ୍ତୁରୀ ହେମ୍ରମ୍ବ, ଅଭିଶେକ ବାନାର୍ଜୀ, ସୋମାଲି ଗାଙ୍ଗୁଲି, କିଶାନ ସାହୁ, ମୃଣମୟ ସାହୁ । ଏକ ଘରୋଇ ହସ୍ପିଟାଲରେ ପର୍ଯ୍ୟଟକ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.