କୁକୁର କାମୁଡ଼ାରେ ଶିଶୁ ଗୁରୁତର ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ): ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ଡାକ୍ତରଖାନା ସମ୍ମୁଖରେ ରବିବାର ଗୋଟିଏ ଛୋଟ ବାଳକ ଖେଳିବାକୁ ବାହାରି ଥିବାବେଳେ ସେହି ବାଳକକୁ ଗୋଟିଏ କୁକୁର କାମୁଡି ଦେବାରୁ ତାକୁ ଡାକ୍ତରଖାନାରେ ଭତ୍‌ର୍ତ୍ତି କରାଯାଇଥିବା ଜଣାପଡିଛି । ଛୋଟ ବାଳକଟିର ନାମ ହେଉଛି ରକି କୁମ୍ଭାର । ବୟସ ମାତ୍ର ୩ ବର୍ଷ ୪ ମାସ । ପିତା ହେଲେ ନିପୁ କୁମ୍ଭାର ଓ ମାତା ହେଲେ ରାନୁ କୁମ୍ଭାର । କୁକୁର ଆକ୍ରମଣ କରିବା ସମୟରେ ନିକଟସ୍ଥ ଲୋକମାନେ ଧାଇଁ ଆସି ସେହି ଛୋଟ ବାଳକକୁ ଉଦ୍ଧାର କରି ନିକଟସ୍ଥ ଡ଼ାକ୍ତରଖାନାରେ ଚିକିତ୍ସା କରାଇଥିଲେ । ଲୋକଙ୍କ କହିବା ଅନୁଯାୟୀ ଦୁଇ ଦିନ ହେଲା ଗାଁରେ କିଛି ଲୋକଙ୍କୁ କୁକୁର ଆକ୍ରମଣ କରୁଥିବାର ସୂଚନା ମିଳିଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.