ଦୁଧିଆନାଳି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଚୌଦ୍ଵାର : ଚୌଦ୍ଵାର ଥାନା ଅନ୍ତର୍ଗତ ମହିଷାଲଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁଧିଆନାଳି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଘବର ମିଳିଛି । ଏହି ଅଗ୍ନିକାଣ୍ଡରେ ଗ୍ରାମର ସୁକାନ୍ତ ପୂର୍ତ୍ତିଙ୍କ ଘର ସମ୍ପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଥିବା ବେଳେ ପୂର୍ତ୍ତିଙ୍କର ପରିବାର ଅଳ୍ପକେ ବର୍ତ୍ତିଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ଛାରଖାର ହୋଇଯାଇଥିବା ଜଣାପଡିଛି ।

Leave A Reply

Your email address will not be published.