oom

ଭୟାବହ ଅଗ୍ନିକାଣ୍ଡ : ୩ଟି ଗୋରୁଙ୍କ ସହିତ ୧୫ଟି ଛେଳି ଜୀବନ୍ତ ଦଗ୍ଧ

jsmm

ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଂଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ଫଳରେ ଜଣେ ଚାଷୀଙ୍କ ୩ଟି ଗୋରୁଙ୍କ ସହିତ ୧୫ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ସମସ୍ତ ଆସବାବପତ୍ର ଜଳିପୋଡ଼ି ଛାରଖାର ହୋଇଯାଇଛି । ସୂଚନା ଅନୁଯାୟୀ ନିଶ୍ଚିନ୍ତକୋଇଲି ତହସିଲ ଅନ୍ତର୍ଗତ ଗୋପପୁର ଗ୍ରାମରେ ବିଳମ୍ବିତ ରାତିରେ ପ୍ରଭାକର ଗାହାଣଙ୍କ ଗୁହାଳ ଘରେ ଆକସ୍ମିକ ଭାବେ ନିଆଁ ଲାଗିଯିବାରୁ, ଗୁହାଳ ଭିତରେ ଥିବା ଗୋଟିଏ ଗାଈ, ୨ଟି ବାଛୁରୀ ଏବଂ ୧୫ଟି ଛେଳି ନିଆଁରେ ପୋଡି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିବା ବେଳକୁ ଘର ସମ୍ପୂର୍ଣ୍ଣ ପୋଡିଯାଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ନିଶ୍ଚିନ୍ତକୋଇଲି ତହସିଲଦାର ଓ ପଶୁ ସମ୍ପଦ ବିଭାଗର କର୍ମଚାରୀମାନେ ସ୍ଥିତି ଅନୁଧ୍ୟାନ ପାଇଁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି । ଖବର ପାଇବା ପରେ ସ୍ଥାନୀୟ ତହସିଲଦାର ଦିଲ୍ଲୀପ କୁମାର ନାୟକ ଓ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଅଶୋକ କୁମାର ଓଝା ବିପନ୍ନ ପରିବାରକୁ ଭେଟି ସହାୟତା ପ୍ରଦାନ କରିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.