ଗୋଳାବାରୁଦ କାରଖାନାରେ ଅଘଟଣ : ବିସ୍ଫୋରଣ ଘଟି ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ଘଟି ୨ ଜଣ ଗୁରୁତର ଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ବଡ଼ମାଳ ଗୋଳାବାରୁଦ କାରଖାନାର ୟୁନିଟ ନମ୍ୱର୍ ୩ରେ କାମ ଚାଲୁଥିବା ବେଳେ ହଠାତ୍ କେମିକାଲ ମିଶ୍ରଣ କରିବା ସମୟରେ ଜୋରରେ ବିସ୍ଫୋରଣ ଘଟିଥିଲା । ଫଳରେ ଏଥିରେ ଦୁଇ କର୍ମଚାରୀ ଗୁରୁତର ଭାବରେ ଆହତ ହୋଇଛନ୍ତି । ଗୁରୁତର ୨ କର୍ମଚାରୀମାନେ ହେଲେ ଗୌତମ ମହନନ୍ଦ ଓ ସରୋଜ ପଣ୍ଡା । ବିସ୍ଫୋରଣରେ ସେମାନଙ୍କର ମୁଁହ ଓ ହାତ ପୋଡ଼ି ଯାଇଥିବା ଜଣାପଡିଛି । ‌ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପରେ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.