ଆଦିବାସୀ ଓ ହରିଜନ ବିଦ୍ୟାଳୟର ଅନ୍ତେବାସୀଙ୍କ ସୁରକ୍ଷା, ଏ ଏନ୍‌ ଏମ୍‌ ଓ ମେଟ୍ରୋନଙ୍କ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଉପଜିଲ୍ଲାପାଳଙ୍କ ସଭାକକ୍ଷ ଠାରେ ଏକ ଆଦିବାସୀ ଓ ହରିଜନ ବିଦ୍ୟାଳୟର ଅନ୍ତେବାସୀଙ୍କ ପାଇଁ ସୁରକ୍ଷା ଏ ଏନ୍‌ ଏମ୍‌ ଓ ମେଟ୍ରୋନ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ । ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଗଲା । ଏହି ଅବସରରେ ଡେପୁଟି କଲେକ୍ଟର ନେସଲା ପାତ୍ର, ଡି ଆଇ ଅଫ ସ୍କୁଲ୍ ଏସ୍ ଏସ ଡି ନରହରି ଝା, ଏଡି ପି ଏଚ ଓ ଡକ୍ଟର ସୁଦ୍ଧା ବାର୍ଲା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଉପସ୍ଥିତ ରହି ଆଦିବାସୀ ଓ ହରିଜନ ଆବାସିକ ବିଦ୍ୟାଳୟରେ ରହୁଥିବା ଶିଶୁ ମାନଙ୍କୁ ସୁରକ୍ଷା, ଯତ୍ନ, ପୋକ୍ସୋ ଆଇନ୍, ବାଲ୍ୟ ବିବାହ ନିରୋଧ ଆଇନ୍, ଶିଶୁ ଶ୍ରମିକ ଆଇନ୍, ପୋର୍ଣଓ ଗ୍ରାଫି ବିଷୟରେ ସଚେତନତା କରିଥିଲେ । ଶିଶୁ ମାନଙ୍କର ଯତ୍ନ , ସୁରକ୍ଷା ପାଇଁ ଥିବା ବିଧି ବ୍ୟବସ୍ଥା ସଂପର୍କରେ ମିଶନ ବାତ୍ସଲ୍ୟ ଯୋଜନା ଥିବା ଆଶୀର୍ବାଦ, ଯଶୋଦା, ଗ୍ରୀନ ପାସେଜ୍ ଉପରେ ବିଶଦ ଭାବରେ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସ୍, ପ୍ରମୋଦ ବଗର୍ତ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.