ପଦ୍ମପୁର, (ନିରୋଜ କୁମାର ପାଣୀ) : ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଏବଂ ତାଙ୍କ ସ୍ୱାମୀ । ସ୍ତ୍ରୀ କରୁଛନ୍ତି ଚାକିରୀ ସ୍ୱାମୀ ନେଉଛନ୍ତି ଲାଞ୍ଚ । ସୂଚନାଅନୁସାରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଜ୍ଞାନ ଗ୍ରାମପଞ୍ଚାୟତରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ ନୂପୁର ସେଠ ତାଙ୍କ ସ୍ୱାମୀଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇଦେବା ପାଇଁ ଏକ ହିତାଧିକାରୀଙ୍କ ଠାରୁ ନଗଦ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିବା ଜଣାପଡ଼ିଛି ।

Next Post