ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନାରେ ନୂତନ ଥାନା ଅଧିକାରୀ ଭାବରେ କୈଳାଶ ଚନ୍ଦ୍ର ପ୍ରଧାନ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେ ପୂର୍ବରୁ ଜଗଦଲପୁର ଥାନାରେ କାର୍ଯ୍ୟରତ ଥିଲେ । ପାଇକମାଲ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି । ପାଇକମାଲ ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନଙ୍କ କେନ୍ଦୁଝରକୁ ବଦଳି ହୋଇଯାଇଛି । ଏହି ଅବସରରେ ଥାନାର କର୍ମଚାରୀ ମାନେ ନୂତନ ଅଧିକାରୀ ଶ୍ରୀ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।
Prev Post