oom

ବହୁମୁଖୀ ପ୍ରତିଭାର ଅଧିକାରୀ ଅମରେଶ ମିଶ୍ର

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ଆଇନଜ୍ଞ ସ୍ୱର୍ଗତ ଅମରେଶ ପ୍ରସାଦ ମିଶ୍ରଙ୍କ ବିୟୋଗରେ ଛତ୍ରପୁରର ଓକିଲ ସମାଜ ଏବଂ ବହୁ ବିଶିଷ୍ଟବ୍ୟକ୍ତି, ବୃଦ୍ଧିଜୀବିଙ୍କ ର୍ମାହାଲରେ ଗଭୀର ଶୋକପ୍ରକାଶ କରାଯାଇଛି । ତାହାଙ୍କ ବିୟୋଗରେ ସମଗ୍ର ଗଞ୍ଜାମ ଜିଲ୍ଲାରେ ଅପୂରଣୀୟ କ୍ଷତିହୋଇଛି ବୋଲି ମତପ୍ରକାଶ ପାଇଛି । ସ୍ୱର୍ଗତ ମିଶ୍ର ଜଣେ ବହୁ ମୁଖୀପ୍ରତିଭାର ଅଧିକାରୀ ବୋଲି ଗଣନା କରାଯାଇଛି । ଛତ୍ରପୁର ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ଆଗତ ଏକ ଶୋକସଭାରେ ଆଡ଼ଭୋକେଟ ଶ୍ୟାମ କୁମାର ରାଓ ଏବଂ କବି ପ୍ରଶାନ୍ତ ଶତପଥୀ ସମ୍ୟକ ସୂଚନା ଦେଇ ଶ୍ରୀ ମିଶ୍ରଙ୍କ ଜୀବନୀ ସମ୍ବଳିତ ନିଜସ୍ୱ କବିତା ଆବୃତ୍ତି କରିଥିଲେ । ଛତ୍ରପୁର ବାରଆସୋସିଏସନ ସଭାପତି ତଥା ନାଗରିକ କମିଟିର ସଭାପତି ଆଡ଼ଭୋକେଟ ପ୍ରଦୀପପାଢ଼ୀଙ୍କ ସଭାପତିରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ବରିଷ୍ଠ ଶିକ୍ଷାବିତ ଡ଼.ଅଜୟ କୁମାର ତ୍ରିପାଠୀ, ଡ଼.ଭି.ରାଜେନ୍ଦ୍ର ରାଜୁ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ ସେଠୀ, ଗଞ୍ଜାମ ମହାବିଦ୍ୟାଳୟର ପ୍ରାଧ୍ୟାପକ ଲକ୍ଷ୍ମୀନାରାୟଣ ପଣ୍ଡା, ଓକିଲ ଆଦିତ୍ୟ ନାରାୟଣ ମିଶ୍ର, ରାମଚନ୍ଦ୍ର ବେହେରା, ମନୋଜକୁମାର ବେହେରା, କାଳିପ୍ରସାଦ ଦୋରା, ସୁଧୀର ସାହୁ, ବ୍ରଜମୋହନ ଆଚାର୍ଯ୍ୟ, ପ୍ରାକ୍ତନ ବିଧାୟକ ଏନ୍.ନାରାୟଣ ରେଡ୍ଡୀ, ଅଶୋକ କୁମାର ଚୌଧୁରୀ ପ୍ରମୁଖ ବହୁ ବ୍ୟକ୍ତି ସ୍ୱର୍ଗତ ଆତ୍ମାଙ୍କ ଆଦର୍ଶ-ଚିନ୍ତାଧାରାକୁ ପ୍ରତିପାଦନ କରିଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ତାଙ୍କରି ନାମରେ ଏକ ସ୍ମରଣୀକା ପ୍ରକାଶନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଛତ୍ରପୁରର ଏକ ରୋଡ଼କୁ ତାଙ୍କରି ନାମରେ ଏକ ରୋଡ଼ ନାମକରଣ କରାଯିବା ନିମନ୍ତେ ଓକିଲ ଦିଲୀପ ପଟ୍ଟନାୟକ ସ୍ମୃତି କମିଟି ମଞ୍ଚକୁ ଅନୁରୋଧ କରିଛନ୍ତି । ସର୍ଵ ଶେଷରେ ଦିଲୀପ କୁମାର ପଲେଇ, କେ.ସତ୍ୟନାରାୟଣ ରେଡ୍ଡୀ, ଅଟଳବିହାରୀ ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.