om academy

ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିର ପରିସରରେ ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ ବରିଷ୍ଠ ଆଇନଜୀବୀ ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସହ-ସଂପାଦକ ସଂକୀର୍ତ୍ତନ ତ୍ରିପାଠୀ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଧିବେଶନର ବିବରଣୀ ପାଠ କରିଥିଲେ ରାଜ କିଶୋର ପଣ୍ଡା । ମୁଖ୍ୟବକ୍ତା ଭାବରେ ଗିରିଜା ଶଙ୍କର ରଥ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିଷୟରେ ଭାଷଣ ଦେବା ସହିତ ମାଧବ ଦାସ ଚରିତ ଉପସ୍ଥାପନ କରିଥିଲେ । ସମ୍ମାନୀତ ବକ୍ତା ଭାବରେ ଆହ୍ଲାଦ କୁମାର ପୁଜାରୀ ନିଜର ଛାତ୍ର ଜୀବନରୁ ସଂସ୍କୃତ ପ୍ରତି କିପରି ତାଙ୍କର ଆନ୍ତରିକତା ବୁଦ୍ଧି ହେଲା ଓ ଏପର୍ଯ୍ୟନ୍ତ ତାର ବଳବତ୍ତର ରହିଛି ନିଜସ୍ୱ ଅନୁଭୂତିରୁ ବକ୍ତବ୍ୟ ରଖିଥିଲେ । ପ୍ରଯତ୍ନ ଆବଶ୍ୟକ ଏହି ତଥ୍ୟକୁ ସଂସ୍କୃତ ଭାଷାରେ ଭାଷଣ ଦେଇଥିଲେ । ଏହି ଅଧିବେଶନରେ ବନମାଳି ନନ୍ଦ, ପର୍ଶୁରାମ ନାୟକ, ସୀତାଂଶୁ ଶେଖର ନାୟକ, ପୁରୁଷୋତ୍ତମ ପଣ୍ଡା, ମଦନ ମୋହନ ରଥ, କପିଳ ପତି, ଗୋପବନ୍ଧୁ ପୁରୋହିତ ପ୍ରମୁଖ ବହୁ ସଂସ୍କୃତ ପ୍ରେମୀ ଯୋଗଦାନ ଦେଇଥିଲେ ।

Leave A Reply

Your email address will not be published.