ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ବାର୍ଷିକ ଅଧିବେଶନ

ବଲାଙ୍ଗିର, (ଦେବାଶଷ ମିଶ୍ର) : ସ୍ଥାନୀୟ କଦଲିମୁଣ୍ଡା ନର୍ସରୀ ପରିସରରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ବାର୍ଷିକ ଅଧିବେଶନ ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀଙ୍କ ନେତୃତ୍ୱରେ ତଥା ସଂଗଠନ ସଂପାଦକ ବିନୟ କୁମାର ମିଶ୍ରଙ୍କ ପ୍ରଚେଷ୍ଟାରେ ଓ ସଭାପତି ପ୍ରଭାକର ମିଶ୍ରଙ୍କ ଦିଗଦର୍ଶନରେ ଉପସଭାପତି ଅଶୋକ ଚାନ୍ଦ, ସାଧାରଣ ସଂପାଦକ କପିଳେଶ୍ୱର ଖମାରୀ, କୋଷାଧ୍ୟକ୍ଷା ଚୁଡେନ୍ଦ୍ର କୁମାର ବେହେରା, ସହସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ, ଉପଦେଷ୍ଟା ଅଶୋକ କୁମାର ମିଶ୍ର ଓ ଦୁର୍ଗା ପ୍ରସାଦ ହୋତା, କୃଷ୍ଣଚନ୍ଦ୍ର ନାଥ, ଚିତ୍ତ ରଂଜନ ପଟେଲ, ପୂର୍ଣ୍ଣଚନ୍ଦ୍ର ମେହେର, ସୁରେନ୍ଦ୍ର ନେଗୀ, ନିମାଇଁ ଚରଣ ମେହେର, ବ୍ରଜ କିଶୋର ପଣ୍ଡାଙ୍କ ସମେତ ସମସ୍ତ ସଦସ୍ୟଙ୍କ ସହଯୋଗରେ ନାଗରିକ ମଂଚର ଶତାଧିକ ସଦସ୍ୟ ଏବଂ ପ୍ରାୟ ୨୦ ଜଣ ମହିଳା ଯୋଗଦାନ କରିଥିଲେ । ଅଧିବେଶନ ଶେଷରେ ଉପସଭାପତି ହରେକୃଷ୍ଣ ମେହେରଙ୍କ ଦ୍ୱାରା ପୁରୁଷମାନଙ୍କ ପାଇଁ ବେଲୁନ ଖେଳ ଓ ମହିଳାମାନଙ୍କ ପାଇଁ ବୋତଲ ଖେଳ ହୋଇଥିଲା । ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କାର ବିତରଣ କରିଥିଲେ ।

Leave A Reply

Your email address will not be published.