ppurohit

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ସ୍ୱତନ୍ତ୍ର ଅଧିବେଶନ

2nd

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ଜିଲ୍ଲା ବ୍ରାହ୍ମଣ ମହାସଭାର ଏକ ସ୍ୱତନ୍ତ୍ର ଅଧିବେଶନରେ କାମଚଳା ସଭାପତି ଅନୁପସ୍ଥିତ ଥିବା ଯୋଗୁଁ ବରିଷ୍ଠ ସଭ୍ୟ ଲୋକନାଥ ନେପାକଙ୍କ ଅଧ୍ୟକ୍ଷତାରେ ଏବଂ ବରିଷ୍ଠ ଉପଦେଷ୍ଟା ନୀଳମଣି ମିଶ୍ରଙ୍କ ଉପସ୍ଥିତିରେ ହୋଇଛି । ଉକ୍ତ ସଭାରେ ସଂପାଦକ ଜୟରାମ ମିଶ୍ର ପୂର୍ବ ଅଧିବେଶନର ଅଧିବେଶନ ପାଠ କରିଥିଲେ । ଏହା ସର୍ବସମ୍ମତିକ୍ରମେ ଗୃହିତ ହୋଇଥିଲା । ଆସନ୍ତା ତା.୦୪.୦୯.୨୦୨୫ ଦିନ ଭଗବାନ ବାମନ ଜୟନ୍ତୀ ମହାସମାରୋହରେ ପାଳନ କରିବା ପାଇଁ ସ୍ଥିର କରାଯାଇଛି । ଏହି ଜୟନ୍ତି ପାଳନ ଉପଲକ୍ଷେ ପଣ୍ଡିତ ଗୋକୁଳା ନନ୍ଦ ମିଶ୍ର, ପଣ୍ଡିତ ସନ୍ତୋଷ କୁମାର ଶତପଥି, ବରିଷ୍ଠ ସଭ୍ୟ ଶିବ ଶଙ୍କର ଖୁଆସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାଳନ କରିବା ପାଇଁ ସ୍ଥିର ହୋଇଛି । ବିଘ୍ନରାଜ ମିଶ୍ର ସସ୍ତ୍ରିକ କର୍ତ୍ତା ରୂପେ ବସିବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଆସନ୍ତା ଅକ୍ଟୋବର ମାସରେ ବର୍ତ୍ତମାନ କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟାକାଳ ସରିଯାଇଥିବାରୁ ନିଳମଣି ମିଶ୍ର, ସଂପାଦକ ଜୟରାମ ମିଶ୍ର, କୋଷାଧ୍ୟକ୍ଷ ପର୍ଶୁରାମ ନାୟକଙ୍କ ତତ୍ତ୍ୱାବଧାନରେ ନୂତନ କମିଟି ଗଠନ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । କାମଚଳା ସଭାପତିଙ୍କ ନାମରେ ବିଭିନ୍ନ ଅଭିଯୋଗମାନ ଅନେକ ସଭ୍ୟ / ସଭ୍ୟା ଆଗତ କରିଥିଲେ । ଯଥା ମନମୁଖି କାର୍ଯ୍ୟ, ସଂଘ ବିରୋଧି, ଜିଲ୍ଲା ତଥା ରାଜ୍ୟ ବ୍ରାହ୍ମଣ ମହାସଭାକୁ ହେୟଜ୍ଞାନ କରି ଅବମାନନା କରିବା, ନିଜେ ସାମ୍ବିଧାନିକ ମୁଖ୍ୟ ପଦବୀରେ ଥାଇ ଅନ୍ୟ ସଂଗଠନରେ ଯୋଗ ଦେବା, ସଭାମାନଙ୍କରେ ଅନୁପସ୍ଥିତ ରହିବା ଯୋଗୁଁ ଉକ୍ତ ସଭା ତାଙ୍କର ବିଭିନ୍ନ କାର୍ଯ୍ୟକଳାପ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ପର୍ଯ୍ୟାଲୋଚନା କ୍ରମେ ସର୍ବସମ୍ମତିକ୍ରମେ ସିିଦ୍ଧାନ୍ତରେ ଉପନିତ ହୋଇ ତାଙ୍କ ପଦବିରୁ ଅବ୍ୟାହତି ଦିଆଗଲା ବୋଲି ବ୍ରାହ୍ମଣ ମହାସଭା ନିଷ୍ପତ୍ତି ନେଲା । ସଭାରେ ସିର୍ଦ୍ଦେଶ୍ୱର ପାଣିଗ୍ରାହୀ, ଇଂ. କିଶୋର ମିଶ୍ର, ଦିବାକର ହୋତା, ସର୍ଜନ ଆଚାର୍ଯ୍ୟ ରାକେଶ ପଣ୍ଡା, ପଣ୍ଡିତ ସନ୍ତୋଷ ଶତପଥି, ଜଗଶିତ ପ୍ରସାଦ ନାଥ, ଗଙ୍ଗାଧର ଚାନ୍ଦ, ରଂଜିତା ପାଣିଗ୍ରାହି, ନିହାରିକା ମିଶ୍ର, ରାଜଶ୍ରୀ ତ୍ରିପାଠୀ, ଧର୍ମପ୍ରସାଦ ଆଚାର୍ଯ୍ୟ, ପ୍ରଦୀପ କୁମାର ଖମାରୀ, ମଧୁସୁଦନ ନାୟକ, ମନୋରଂଜନ ପୁରୋହିତ, ଆନନ୍ଦ କୁମାର ଖୁଆସ, ରାଜେଶ ମିଶ୍ର, ଦେବାଶିଷ ପୁରୋହିତ, ରାଜେନ୍ଦ୍ର ମିଶ୍ର, ଅନନ୍ତ ଆଚାର୍ଯ୍ୟ, ରାମ ଶତପଥି, ସୁବ୍ରତ ମିଶ୍ର, ବିଘ୍ନରାଜ ମିଶ୍ର, ହରେରାମ ପାଣିଗ୍ରାହୀ, ଶ୍ୟାମ ସୁନ୍ଦର ଗୁରୁ, ସୁବାଷ ଶତପଥି, ରାମଚନ୍ଦ୍ର ଦାଶ, କମ୍ଭୁପାଣି ପୁଝାରୀ, ଗରିଶ ପଣ୍ଡା, ସାଗର ସଂଗମ ଶତପଥି, ନଗର ସଭାପତି ତଥା କାର୍ଯ୍ୟକାରୀ ସଭାପତି ରାଜ୍ୟ ପର୍ଶୁରାମ ବାହିନି ନରେନ୍ଦ୍ର ଆଚାର୍ଯ୍ୟ ସମେତ ଅନେକ ସଭ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଜୟରାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.