ପଥରଚେପା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧିତ କଲେ ଅନଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପଥରଚେପା ଆଦର୍ଶ ବିଦ୍ୟାଳୟ ଗତ ଦୁଇବର୍ଷ ହେଲା ଜାତୀୟସ୍ତରରେ ଉତ୍କର୍ଷତା ଦେଖାଇଛି । ସରକାରୀ ଇଂରାଜୀ ମିଡିୟମ ସ୍କୁଲମାନଙ୍କ ମଧ୍ୟରେ ହୋଇଥିବା ସର୍ଭେରେ ଗତବର୍ଷ ଜାତୀୟସ୍ତରରେ ୫ନଂରେ ଥିବା ବେଳେ ଚଳିତବର୍ଷ ଶ୍ରେଷ୍ଠ ୧୦ନଂ ସ୍ଥାନରେ ରହିଛି । ଏହା ସହିତ ଏହି ସ୍କୁଲ ରେଜଲ୍ଟରେ ମଧ୍ୟ ରାଜ୍ୟରେ ଭଲ ପ୍ରଦର୍ଶନ କରିବା ସହିତ ଚଳିତବର୍ଷ ଜଣେ ଛାତ୍ର ଦୁବାଇ ଏକ୍ସପୋ ପାଇଁ ମନୋନୀତ ହୋଇଛନ୍ତି । ସେଥିପାଇଁ ସ୍କୁଲର ଅଧ୍ୟକ୍ଷଙ୍କୁ ପ୍ରଶଂସା କରାଯାଉଛି । ଆଜି ସ୍କୁଲକୁ ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗଉଦୟ ସିଂଦେଓ ଓ ଯୁବନେତା ଅର୍କେଶ ନାରାୟଣ ସିଂଦେଓ ପହଞ୍ଚି ସ୍କୁଲର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କରଙ୍କୁ ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଅନଙ୍ଗ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୀୟ ବିଭାଗ ହେଉଛି ଶିକ୍ଷାବିଭାଗ । ଓଡିଶାର ମୋଡେଲ ସ୍କୁଲ ପ୍ରୋଜେକ୍ଟ ଅନ୍ୟରାଜ୍ୟ ପାଇଁ ରୋଲମୋଡେଲ ହୋଇଛି । ବଲାଙ୍ଗିର ଆଦର୍ଶବିଦ୍ୟାଳୟ ଜାତୀୟସ୍ତରରେ ଉତ୍କର୍ଷତା ଦେଖାଇ ଥିବାରୁ ଆମେ ବହୁତ ଖୁସି ଓ ଗର୍ବିତ ବୋଲି କହିଥିଲେ । ଆଲୋଚନା କାଳରେ ସ୍କୁଲରେ ଏକ ମଲ୍ଟିପର୍ପସ ହଲ ଓ ଖେଳପଡିଆର ଉନ୍ନତିକରଣ ପ୍ରସ୍ତାବ ଦିଆଯିବ ବୋଲି ଶ୍ରୀ ସିଂହଦେଓ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା, ସମିତି ସଭ୍ୟ ନୀହାର ସ୍ବାଇଁ, ବିଭୁତିଭୂଷଣ ମିଶ୍ର ଓ ସ୍କୁଲର ଶିକ୍ଷକ/ଶିକ୍ଷୟୀତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.