oom

ଆଦାନୀ ଫାଉଣ୍ଡେସନ ପକ୍ଷରୁ ବଡପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ୍ୟ ଉପକରଣ ଓ ଆସବାପତ୍ର ବଣ୍ଟନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳୀପଲ୍ଲୀ ପଞ୍ଚାୟତର ବଡପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଦାନୀ ଫାଉଣ୍ଡେସନ ସାମାଜିକ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଶିକ୍ଷା ଭିତ୍ତିଭୂମିକୁ ଉନ୍ନତ କରିବାର ଲକ୍ଷ୍ୟ ନେଇ ସ୍କୁଲ ଆସବାପତ୍ର ଏବଂ ପାଠ୍ୟ-ଉପକରଣ ସାମଗ୍ରୀ ବଣ୍ଟନ କରାଯାଇଛି । ଗତ ଗୁରୁବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ମୋଟ ଦୁଇଜଣ ବସିବା ଭଳି ଚେୟାର ବେଞ୍ଚ, ସର୍ବମୋଟ ୬୦ଟି ସେଟ୍ ପାଠ ପଢିବା ପାଇଁ ଡେସ୍କ-ଟେବୁଲ, ଚେୟାର ଆଦି ସ୍କୁଲକୁ ହସ୍ତାନ୍ତର କରାଯାଇଥିଲା । ମୋଟ ୧୨୦ ଛାତ୍ରଛାତ୍ରୀ ଏହାକୁ ବ୍ୟବହାର କରିପାରିବେ ଯାହା ବିଦ୍ୟାଳୟର ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଟେ । ଗୋପାଳପୁର ବନ୍ଦର ବିଜନେସ ମୁଖ୍ୟ ସନ୍ଦୀପ ଜୈସୱାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଛତ୍ରପୁର ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଂଯୁକ୍ତା ରଥଙ୍କ ଉପସ୍ଥିତିରେ ପ୍ରାୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାର ସ୍କୁଲକୁ ଫର୍ଣ୍ଣିଚର୍ ତଥା କାଷ୍ଠ ସାମଗ୍ରୀ ଏବଂ ପାଠ୍ୟ ଉପକରଣ ଆଦି ବଣ୍ଟନ କରାଯାଇଥିଲା । ଏହା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ତଥା ସ୍କୁଲ ବ୍ୟାଗ୍ ମଧ୍ୟ ବଣ୍ଟନ କରାଯାଇଛି । ଦୀର୍ଘ ଦିନ ହେବ ଏହି ସ୍କୁଲରେ କୌଣସି ବେଞ୍ଚ ଓ ପାଠ ପଢ଼ିବା ପାଇଁ ଡ଼େସ୍କ ନଥିବା ହେତୁ ପିଲାମାନେ ଶ୍ରେଣୀ ଗୃହରେ ପାଠ ପଢିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ବିଦ୍ୟାଳୟ କମିଟୀ ଓ ସରପଞ୍ଚଙ୍କ ଅନୁରୋଧ କ୍ରମେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଏହି ଫର୍ନିଚର ଗୁଡିକୁ ଯୋଗାଇ ଦିଆଯାଇଛି । ଶ୍ରେଣୀଗୃହରେ ନୃତନ ବେଞ୍ଚ ଓ ଡ଼େସ୍କରେ ବସି ପାଠ ପଢିବା ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନେକ ଉତ୍ସାହ ପରିଲିଖିତ ହୋଇଥିଲା । ଏହି ଅବସରରେ ଶ୍ରୀ ଜୈସୱାଲ କହିଥିଲେ ଯେ ଶିକ୍ଷା ହେଉଛି ସମୃଦ୍ଧିର ମୂଳଦୁଆ ଏବଂ ଆମର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକୁ ସହଯୋଗ କରି ଆମର ଭବିଷ୍ୟତ ପିଢ଼ି ପାଇଁ ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣ କରିବା ଆଦାନୀ ଫାଉଣ୍ଡେସନର ମୂଳ ଲକ୍ଷ୍ୟ ଅଟେ । ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ପାଠ୍ୟ ସୁବିଧା ଯୋଗାଇବା ସହ ସେମାନଙ୍କୁ ସଶକ୍ତ କରିବା ପାଇଁ ଆବଶ୍ୟକ ସମ୍ବଳ ନିଶ୍ଚିତ କରିବା ପ୍ରତି ଆମେ ସର୍ବଦା ବଦ୍ଧପରିକର ହେବୁ ବୋଲି କହିଥିଲେ । ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତ୍ତୀ ପଞ୍ଚାୟତ ଗୁଡିକରେ ଖୁବ କମ ଦିନ ଭିତରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଅନେକ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ହାତକୁ ନେଇ ଏହାକୁ କାର୍ଯ୍ୟକାରୀ କରିସାରିଛି । ଯାହା ଆଦାନୀ ଫାଉଣ୍ଡେସନର ବ୍ୟାପକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।
ଆଦାନୀ ଫାଉଣ୍ଡେସନ ଦ୍ୱାରା ଯୋଗାଇ ଦିଆଯାଇଥିବା ଫର୍ଣ୍ଣିଚର ଗୁଡ଼ିକ ଶ୍ରେଣୀ ଗୃହରେ ପାଠପଢିବା ପାଇଁ ଏକ ଉତ୍ତମ ବ୍ୟବସ୍ଥା ଅଟେ ବୋଲି ଛତ୍ରପୁର ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଂଯୁକ୍ତା ରଥ କହିଥିଲେ । ତେଣୁ ସମସ୍ତ ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ପାଠ ପଢ଼ନ୍ତୁ ଯାହା ଏହି ବିଦ୍ୟାଳୟକୁ ସହଯୋଗ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏବଂ ସଂସ୍ଥାକୁ ଆନନ୍ଦିତ କରିବ । ବଡପୁଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଦେବ ବେହେରା କହିଥିଲେ ଯେ ଆଦାନୀ ଫାଉଣ୍ଡେସନର ଏହି ପ୍ରୟାସ ଶ୍ରେଣୀଗୃହର ଶିକ୍ଷା ପରିବେଶକୁ ଉନ୍ନତ କରିବା ସହ ଗ୍ରାମାଞ୍ଚଳରେ ଶିକ୍ଷା ପାଇଁ ଅଧିକ ଅନୁକୂଳ ଏବଂ ଆରାମଦାୟକ ପରିବେଶ ସୃଷ୍ଟି କରିବ। ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଅଧିକ ଆକୃଷ୍ଟ କରିବ ଯାହା ଶ୍ରେଣୀଗୃହ ଉପସ୍ଥାପନା ବୃଦ୍ଧି କରିବାରେ ମଧ୍ୟ ସହାୟକହେବ । ଘରୋଇ ସ୍କୁଲରେ ଥିବା ସୁବିଧା ଭଳି ଆଜି ଆମ ସ୍କୁଲରେ ସୁବିଧା ମିଳିଛି ସେଥିପାଇଁ ଆଦାନୀ ଫାଉଣ୍ଡେସନକୁ ଆମେ ସାଧୁବାଦ ଜଣାଉଛୁ ବୋଲି ବଡପୁଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଦେବ ବେହେରା କହିଥିଲେ । ଏହି କାର୍ଯ୍ୟକ୍ରମରେ କାଳୀପଲ୍ଲୀ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଚନ୍ଦ୍ରମଣି ପାତ୍ର, କ୍ରୀଷ୍ଣା ରେଡ୍ଡୀ, ସୋମେୟା ପାତ୍ର, ପି. ରଶ୍ମୀତା, ଗୋପାଳପୁର ବନ୍ଦରର ଶିଳ୍ପ ସମ୍ପର୍କ ମୁଖ୍ୟ, ଶ୍ରୀ ଭକ୍ତବନ୍ଧୁ ଶତପଥୀ ଏବଂ ସି.ଏସ.ଆର. ବିଭାଗ ମୁଖ୍ୟ ଦେବଦତ୍ତ ମିଶ୍ରଙ୍କ ସହ ବହୁ ଶିକ୍ଷକ, ଅଭିଭାବକ ଏବଂ କାଳୀପଲ୍ଲୀ ପଞ୍ଚାୟତର ବହୁ ଭଦ୍ରଲୋକ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.