centurian jitm

ବିଶ୍ଵ ପରିବେଶ ଆଜି ବିଷମ ସଙ୍କଟ ପରିସ୍ଥିତି ଆଡ଼କୁ ଗତି କରୁଛି

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଓ.ୟୁ.ଏ.ଟି. ଙ୍କ ପକ୍ଷରୁ ଆଞ୍ଚଳିକସ୍ତରୀୟ ଆଲୁମିନି ମିଟ୍-୨୦୨୫ ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ସମ୍ମିଳନୀ ଗୃହରେ ରବିବାର ଅନୁଷ୍ଠିତ ହୋଇଯାଇଛି । ବିଶ୍ଵ ପରିବେଶ ଆଜି ବିଷମ ସଙ୍କଟ ପରିସ୍ଥିତି ଆଡ଼କୁ ଗତି କରୁଛି । ଯାହାଫଳରେ ଆମ ପରିବେଶ ଦୂଷିତ ହେବା କାରଣ ନେଇ ସମାଜର ସମସ୍ତ ବର୍ଗର ମନୁଷ୍ୟ ତଥା ମାନବ ଜାତି ରୋଗାକ୍ରାନ୍ତ ହେବାରେ ଦେଖାଦେଇଛି । ଫଳରେ ଆମ ସମାଜରେ ଆଜିକାଲି ନବଜାତ ଶିଶୁ ଟିଏ ବି ଜନ୍ମ ହେଲାବେଳେ ସେ କ୍ୟାନ୍ସର ରୋଗ ଧରିଆସିଥାଏ । ନବଜାତ ସଦ୍ୟ ଶିଶୁକୁ ମାରାତ୍ମକ କ୍ୟାନ୍ସର ରୋଗ ଆସିଥାଏ । ଯାହାକି ଏହି କ୍ୟାନ୍ସର ରୋଗର ଭୟାବହତା ଏବେ ବଢ଼ିବାରେ ଲାଗିଛି, ପ୍ଲାଷ୍ଟିକ ମୁକ୍ତ ହୋଇପାରୁନାହିଁ, ପରିବେଶ ଦୂଷିତ, ଜଳ ଯୋଗାଣ ବେଳେ ଦୂଷିତ ଜଳ ବାହାରୁଛି, କ୍ଷେତ ବିଲବାଡ଼ିରେ ବିଷାକ୍ତ ସାରର ପ୍ରୟୋଗ ଆଦି ବିଭିନ୍ନ କାରଣରୁ ଆମ ସମାଜରେ ମାରାତ୍ମକ କ୍ୟାନ୍ସର ପୀଡ଼ିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଯାହା ଫଳରେ କି ବିଶ୍ଵ ପରିବେଶ ଆଜି ବିଷମ ସଙ୍କଟ ପରିସ୍ଥିତି ଆଡ଼କୁ ଗତି କରୁଛି ବୋଲି ଭାରତୀୟ କୃଷି ବୈଷୟିକ ପରିଷଦର ଗବେଷକ ତଥା କୋଲକୋତା ଠାରେ ଅବସ୍ଥାପିତ କେନ୍ଦ୍ରୀୟ ମତ୍ସ୍ୟ କ୍ଷେତ୍ର ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ଼ଃ. ବସନ୍ତ କୁମାର ଦାସ ପ୍ରକାଶ କରିଛନ୍ତି । ଏ ଦିଗରେ ସଚେତନତା ଅଭିଯାନ ନିହାତି ଜରୁରୀ ବୋଲି ଡ଼ଃ. ଦାସ ମତବ୍ୟକ୍ତ କରିଛନ୍ତି । ଉକ୍ତ ସମ୍ମିଳନୀରେ ଡ଼ଃ. ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଏବଂ ଉପସ୍ଥିତ ସୁଧିବୃନ୍ଦ, ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ପାଠକଙ୍କୁ ବିହିତ ସଦୁପଯୋଗ ଓ ପରାମର୍ଶ ପ୍ରଦାନ କରିଥିଲେ । ଭାରତୀୟ ବନ ସେବା ଅଧିକାରୀ ତଥା ବ୍ରହ୍ମପୁର ଆଞ୍ଚଳିକ ବନ୍ୟ ସଂରକ୍ଷକ ଡ଼ଃ. ସଞ୍ଜୟ କୁମାର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷି କାର୍ଯ୍ୟର ବିକାଶ ଦିଗରେ ଆଲୋକପାତ କରି ଜୈବିକ ପଦ୍ଧତିରେ କୃଷି କରିବାକୁ ପରାମର୍ଶ ଦେଇଥିଲେ । ସର୍ବୋପରି ବର୍ଷାଜଳର ସଂରକ୍ଷଣ ବ୍ୟବସ୍ଥାକୁ ସରକାର ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ସାଂଗକୁ, ଜଳସେଚନର ବ୍ୟବସ୍ଥା, ଶୀତଳ ଭଣ୍ଡାର ଗୁଡ଼ିକର ବ୍ୟବସ୍ଥାକୁ ବ୍ୟାପକ କରିବା, ବୈଷୟିକ ବିଜ୍ଞାନ ସମ୍ବନ୍ଧୀୟ ବିଷୟରେ ଅଧିକା କ୍ରିୟାଶୀଳ କରିପାରିବାରେ ପଦକ୍ଷେପ ଗ୍ରହଣ କରିବା ସାଂଗକୁ ଚାଷୀଙ୍କ ଉତ୍ପାଦନକୁ ବିକ୍ରୀ କରିବାରେ, ବିକାଶଶୀଳ କ୍ଷେତ୍ରରେ ଆମ ସରକାର ସହାୟକ ହେବା ଆବଶ୍ୟକ ବୋଲି ଭାରତୀୟ ବନସେବା ଅଧିକାରୀ ତଥା ବ୍ରହ୍ମପୁର ଆଞ୍ଚଳିକ ବନ୍ୟ ସଂରକ୍ଷକ ଡ଼ଃ. ସଞ୍ଜୟ କୁମାର ସ୍ୱାଇଁ ମତପ୍ରକାଶ କରିଥିଲେ । ସୂଚନା ଯୋଗ୍ୟ ଯେ’ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଓ.ୟୁ.ଏ.ଟି.ଙ୍କ ପକ୍ଷରୁ ଆଞ୍ଚଳିକସ୍ତରୀୟ ଆଲୁମିନି ମିଟ୍-୨୦୨୫ ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ସମ୍ମିଳନୀ ଗୃହରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଡ଼ଃ. ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଏବଂ ଉପସ୍ଥିତ ସୁଧିବୃନ୍ଦ, ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ପାଠକଙ୍କୁ ବିହିତ ସଦୁପଯୋଗ ଓ ପରାମର୍ଶ ପ୍ରଦାନ କରିଥିଲେ । ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଡିନ ସନ୍ତୋଷ କୁମାର ଉଦଗାତା ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ ।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଭୁବନେଶ୍ଵର ଅଧିନରେ ଥିବା ସମସ୍ତ ବିଭାଗରେ ଅଧ୍ୟୟନ କରି ନିଜ ନିଜ କର୍ମକ୍ଷେତ୍ରରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ପୂର୍ବତନ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍ଥାନରେ ନିୟୋଜନ ହୋଇଛନ୍ତି, ତ ଅନେକ ଛାତ୍ରଛାତ୍ରୀ ବ୍ୟବସାୟିକ ପ୍ରତିଷ୍ଠାନ କରି ନିଜେ ନିଜେ ସ୍ଵବାଲମ୍ବନଶୀଳା ହୋଇପାରିଛନ୍ତି । ସେମାନଙ୍କର ଉଚ୍ଚଅଭିଳାଷ ଓ ସ୍ଵପ୍ନ ଯାହା ସକାରାତ୍ମକ ଦିଗରେ ଆନୟନ ହୋଇଛି । ତାହାର ଅନୁଭୂତିକୁ ଦକ୍ଷତା ପ୍ରତିପାଦନକୁ ଆଲୋକପାତ କରିବା ଉଦ୍ଦେଶ୍ୟରେ ଆଞ୍ଚଳିକ ସ୍ତରରେ ଏକ ଆଲୁମିନି ମିଟ୍ର ଆୟୋଜନ କରିବା ବ୍ୟବସ୍ଥା କରିବା ନିମିତ୍ତ ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ରବିବାର ଦିନିକିଆ ପୂର୍ବତନ ଛାତ୍ରଛାତ୍ରୀଙ୍କ ସମ୍ମେଳନ ଅବା
ଓ.ୟୁ.ଏ.ଟି. ପକ୍ଷରୁ ଆଞ୍ଚଳିକସ୍ତରୀୟ ଆଲୁମିନି ମିଟ୍-୨୦୨୫ ଆୟୋଜିତ ହୋଇ ଏହାର ସଫଳ ରୂପାୟନ ହୋଇପାରିଛି । ଆଲୁମିନି ସଂଗଠନର ସଭପତି ପ୍ରଫେସର ବିଜୟ କୁମାର ମହାନ୍ତି, ସମ୍ପାଦକ ପ୍ରଫେସର ସୁସେନ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ । ସହକାରୀ ପ୍ରଫେସର ତଥା ଆଲୁମିନି ସଂଗଠନ ସମ୍ପାଦକ ମନୋଜ କୁମାର ତ୍ରିପାଠୀ ଶେଷରେ ଧନ୍ୟବାଦ ଜଣାଇଥିଲେ । ଅଧ୍ୟାପିକା ଅଭିନନ୍ଦା ଜେନା ଅତିଥି ମାନଙ୍କ ପରିଚାଳନା କରିବା ସାଂଗକୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମଞ୍ଚରେ ଅତିଥିଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିବା ସାଂଗକୁ ଦକ୍ଷତା ଭିତ୍ତିରେ କେତେକ ବ୍ୟକ୍ତି ବିଶେଷଙ୍କୁ ଏବଂ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସହ ସମ୍ମାନୀତ କରାଯାଇଥିଲା । ଶେଷରେ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା । ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣରେ ଦର୍ଶକଙ୍କୁ ବେଶ ମନଛୁଆଁ ହୋଇପାରିଥିଲା ।

Leave A Reply

Your email address will not be published.