ଆକ୍ସନ ମୋଡ଼ରେ କମିଶନରେଟ୍‌ ପୋଲିସ : ବିଭିନ୍ନ ସ୍ଥାନରେ ବ୍ଲକିଂ ସହ ଚେକିଂ

ବାରଙ୍ଗ : ନୂଆବର୍ଷ ଏବଂ ଜିରୋ ନାଇଟ୍‌ ପୂର୍ବରୁ କଡ଼ା ଆଭିମୁଖ୍ୟ ନେଇଛି କମିଶନରେଟ୍‌ ପୋଲିସ । ରାଜଧାନୀର ବିଭିନ୍ନ ସ୍ଥାନରେ କମିଶନରେଟ୍‌ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ବ୍ଲକ-ଚେକିଂ । ଏହାସାଙ୍ଗକୁ ଆରମ୍ଭ ହୋଇଛି ଡ୍ରଙ୍କେନ୍‌ ଡ୍ରାଇଭିଂ । ଖବର ଅନୁଯାୟୀ, ସଂଧ୍ୟାରୁ ରାତି ଯାଏଁ ରାଜଧାନୀର ବିଭିନ୍ନ ଟ୍ରାଫିକ୍‌ ଛକ, ଖଟି, ଗଳିକନ୍ଦି ଓ ସମ୍ବେଦନଶୀଳ ଅଞ୍ଚଳରେ ସେଫ୍‌ ସିଟି ଡ୍ରାଇଭ ଚାଲିଛି । ରାତି ୧୧ଟାରୁ ଆରମ୍ଭ ହୋଇଛି ବ୍ଲକିଂ ଚେକିଂ । ଏହି ଚେକିଂ ବେଳେ କିଛି ସନ୍ଦିଗ୍ଧ ଜଣାପଡିଲେ ଗାଡି ଡିକି ଏବଂ କାଗଜପତ୍ର ଚେକ୍‌ କରାଯାଉଛି । ସହରରେ ଘଟୁଥିବା ଅପରାଧ ଏବଂ ଅପରାଧୀଙ୍କୁ କାବୁ କରିବାକୁ ଏଭଳି ପଦକ୍ଷେପ ନେଇଛି କମିଶନରେଟ୍‌ ପୋଲିସ ।

Leave A Reply

Your email address will not be published.