ସଙ୍କୁଳସ୍ତରୀୟ ଯୋଗ, ସ୍ୱଦେଶୀ କାର୍ଯ୍ୟଶାଳା ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଆୟୋଜିତ

ଲୋଇସିଂହା, (ବିମଲେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହା ଠାରେ ସଙ୍କୁଳସ୍ତରୀୟ ଯୋଗ ଓ ସ୍ୱଦେଶୀ କାର୍ଯ୍ୟଶାଳା ତଥା ପ୍ରଧାନ ଆଚାର୍ଯ୍ୟ ବୈଠକ ଆୟୋଜିତ ହୋଇଯାଇଛି । ସଙ୍କୁଳ ସଂଯୋଜକ ଶିବ ପ୍ରସାଦ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିମଳ ଚରଣ ହୋତା ଅତିଥି ଭାବେ ଯୋଗ ଦେଇଥିଲେ । କୁଶଙ୍ଗର ପ୍ରଧାନ ଆଚାର୍ଯ୍ୟ ଭାଗ୍ୟଦତ୍ତ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପରିଚାଳନା ସମିତି କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଲୋଇସିଂହା ସଙ୍କୁଳର ୭ଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ, ସ୍ୱଦେଶୀ ଓ ଯୋଗ ପ୍ରମୁଖ ଅଂଶଗ୍ରହଣ କରି ଯୋଗ ଓ ସ୍ୱଦେଶୀ ବିଷୟରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.