ପନ୍ଦର ଦିନ ହେଲା ଏଟିଏମ୍ ଅଚଳ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବସ୍ ଷ୍ଟାଣ୍ଡରେ ଥିବା ଏଟିଏମ୍ ପ୍ରାୟ ପନ୍ଦର ଦିନ ଉପରେ ହେଲାଣି ଅଚଳ ହୋଇପଡ଼ିଛି । ମ.ରାମପୁର ଏକ ବ୍ୟସ୍ତ ବହୁଳ ସହର ତଥା ଏହି ସହର ଉପରେ ପଡୋଶୀ ବଲାଙ୍ଗୀର, କନ୍ଧମାଳ ଅଞ୍ଚଳବାସୀ ନିର୍ଭର କରନ୍ତି । ଦୈନନ୍ଦିନ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହେଉଥିବା ବେଳେ ଏହି ଠାରେ ରହିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଦୁଇଟି ଏଟିଏମ୍ । ଗୋଟିଏ ବସ୍ ଷ୍ଟାଣ୍ଡ ଓ ଅନ୍ୟଟି ବ୍ୟାଙ୍କ ଶାଖା ପାଖରେ ରହିଛି । ବସ୍ ଯୋଗେ ଆସିଥିବା ଲୋକେ ବସ୍ ଷ୍ଟାଣ୍ଡରେ ଥିବା ଏଟିଏମ୍ ଉପରେ ନିର୍ଭର ଶୀଳ ରୁହନ୍ତି । କିନ୍ତୁ ଏହି ଏଟିଏମ୍‌ଟି ପ୍ରାୟ ସମୟ ଲୋକଙ୍କୁ ହତାଶ କରିଥାଏ । ଏବେ ପୁଣି ଥରେ ପ୍ରାୟ ପନ୍ଦର ଦିନରୁ ଅଧିକ ହେବ ଅଚଳ ହୋଇପଡ଼ିଥିବା କାରଣରୁ ଗ୍ରାହକ ମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏହି ସମସ୍ୟାର ସ୍ଥାୟୀ ସାମାଧାନ ପାଇଁ ଦାବି ହେଉଛି ।

Leave A Reply

Your email address will not be published.